ବିଧାନସଭାରେ ‘ଛତୁଆ’ ଚର୍ଚ୍ଚା

ଓଏଲ୍ ବ୍ୟୁରୋ: ବିଧାନସଭାରେ ଛତୁଆ ଝଡ଼। ଆଜି ବିଧାନସଭା ପ୍ରଶ୍ନକାଳରେ ଛତୁଆ ଦୁର୍ନୀତି ନେଇ ଏକାଧିକ ବିଧାୟକମାନେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଛତୁଆ ଦୁର୍ନୀତି ନେଇ ଗୃହରେ ବିଧାୟକଙ୍କ ଉଦବେଗ ପରେ ବାଚସ୍ପତି ସୁରମା ପାଢ଼ୀ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ନିମ୍ନମାନର ଛତୁଆ ଯୋଗାଉଥିବା ସଂସ୍ଥାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ।
ଆଜି ଛତୁଆର ମାନ ନିର୍ଦ୍ଧାରଣ ନେଇ ସରକାର କଣ କଣ ପଦକ୍ଷେପ ନେଇଛନ୍ତି ବୋଲି ଗୃହରେ ଏକାଧିକ ବିଧାୟକ ପ୍ରଶ୍ନ କରିବା ସହ ଉଦବେଗ ପ୍ରକାଶ କରିଥିଲେ। ପରେ ଏହି ଘଟଣାକୁ ଘଟଣାକୁ ଗୁରୁତର ସହ ନେଇଥିଲେ ବାଚସ୍ପତି। ପରେ ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି। ଅପରପକ୍ଷେ ଗୃହରେ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଛତୁଆର ମାନ ଯାଞ୍ଚ ହେବ। ସବୁ ଏଜେନ୍ସି ସହ ଛତୁଆର ମାନ ଯାଞ୍ଚ କରାଯାଇ ରିପୋର୍ଟ ଦିଆଯିବ।
ପ୍ରଭାତୀ ପରିଡ଼ା ଆହୁରି କହିଛନ୍ତି, ଶିଶୁ ମାନଙ୍କୁ ଦିଆଯାଉଥିବା ଛତୁଆର ମାନ ପରୀକ୍ଷା କରିବାକୁ ଗ୍ରାମ ଯାଞ୍ଚ କମିଟି ବ୍ୟବସ୍ଥା କରାଯାଇଛି। ସୁପରଭାଇଜରମାନେ ଛତୁଆ ପ୍ରସ୍ତୁତିବେଳେ ଏହାର ମାନ ଯାଞ୍ଚ କରିବେ। ଛତୁଆର କ୍ବାଲିଟି ନେଇ ବିଧାୟକମାନେ ଉଦବେଗ ପ୍ରକାଶ କରିଥିବାବେଳେ ଛତୁଆର ସାମ୍ପୁଲ ଟେଷ୍ଟ କରାଯିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ।