Odisha Link
Bridging the Missing Links in Odisha

ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ପୁଲିସ ବାବୁ

ଓଏଲ୍‌ ବ୍ୟୁରୋ: ଲାଞ୍ଚ ଦେଇ ଧରା ପଡ଼ିଲେ ପୁଲିସ ବାବୁ। ଲାଞ୍ଚ ନେଉଥିବା ବେଳେ ବାରିପଦା ଟାଉନ ଥାନା ଏଏସ୍‌ଆଇ ରାମଚନ୍ଦ୍ର ସୋରେନଙ୍କୁ ଧରିଛି ଭିଜିଲାନ୍ସ। ଏଥିସହିତ ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଏକ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ସାହାଯ୍ୟ କରିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏଏସ୍‌ଆଇ ରାମଚନ୍ଦ୍ର ସୋରେନ। ଏନେଇ ଭିଜିଲାନ୍ସକୁ ଜଣାଇଥଲେ ଅଭିଯୁକ୍ତ। ପରେ ଯୋଜନା ମୁତାବକ ଆଜି ଏଏସ୍‌ଆଇ ରାମଚନ୍ଦ୍ର ସୋରେନ ଅଭିଯୁକ୍ତଙ୍କଠାରୁ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ଏହା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା।

Leave A Reply

Your email address will not be published.