Odisha Link
Bridging the Missing Links in Odisha

ରାଜ୍ୟରେ ଖୋଲିବ ୨୫ ନୂଆ ଅବକାରୀ ଥାନା, କେଉଁ ଜିଲ୍ଲାରେ କେତୋଟି ଖୋଲିବ ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଖୋଲିବ ଆଉ ୨୫ଟି ନୂଆ ଅବକାରୀ ଥାନା। ଏନେଇ ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଅବକାରୀ ଅଧିକ୍ଷଙ୍କଚ ଚିଠି କରାଯାଇଛି। ୧୬ଟି ଜିଲ୍ଲାରେ ମୋଟ ୨୫ଟି ନୂଆ ଅବକାରୀ ଥାନା ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୪ ତାରିଖରେ ଅବକାରୀ ଥାନା ସମ୍ପର୍କିତ ଏକ ବୈଠକ ବୋଲି ସୂଚନା ରହିଛି।

ଗଞ୍ଜାମ, ବ୍ରହ୍ମପୁର ଓ ବାଲେଶ୍ବରରେ ସର୍ବାଧିକ ୩ଟି ଲେଖାଏଁ ନୂଆ ଅବକାରୀ ଥାନା ଖୋଲିବ। ସେହିପରି କଟକ, ନୟାଗଡ଼ ଓ ମୟୂରଭଞ୍ଜରେ ୨ଟି ଲେଖାଏଁ ଅବକାରୀ ଥାନା ଖୋଲିବ। ଜଗତସିଂହପୁର, ଭଦ୍ରକ, ଯାଜପୁର, ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ରାଉରକେଲାରେ ଗୋଟିଏ ଲେଖାଏଁ ଅବକାରୀ ଥାନା ଖୋଲିବ।

Leave A Reply

Your email address will not be published.