Odisha Link
Bridging the Missing Links in Odisha

କୋରାପୁଟର ୧୦୬୨ ଗ୍ରାମରେ ନାହିଁ ମୋବାଇଲ ନେଟୱାର୍କ ସେବା

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ଏକାଦଶ କାର୍ଯ୍ୟ ଦିବସ। ଗୃହ କାର୍ଯ୍ୟ ଆରମ୍ଭରୁ ଅଶ୍ବିନୀ ଗୁରୁଙ୍କ ପରଲୋକରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହା ପରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନୋତ୍ତର ଆରମ୍ଭ ହୋଇଥିବାବେଳେ ବିଧାନସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା।

ଏସବୁ ଭିତରେ ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ରାଜ୍ୟର ସମସ୍ତ ଗ୍ରାମକୁ ମୋବାଇଲ ନେଟୱାର୍କ ଯୋଗାଇ ଦେବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ତେବେ ରାଜ୍ୟର ମୋଟ ୩୫୧୦ ଗୋଟି ଗ୍ରାମରେ ମୋବାଇଲ ନେଟୱାର୍କ ସେବା ଉପଲବ୍ଧ ନାହିଁ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୦୬୨ ଗୋଟି ଗ୍ରାମରେ ମୋବାଇଲ ନେଟୱାର୍କ ସେବା ଉପଲବ୍ଧ ନାହିଁ। କୋରାପୁଟ ଜିଲ୍ଲାର ସମସ୍ତ ଗ୍ରାମକୁ ମୋବାଇଲ ସେବା ଆସନ୍ତା ଡିସେମ୍ବର ସୁଦ୍ଧା ଯୋଗାଇ ଦିଆଯିବ। ଏଥିପାଇଁ ଜିଲ୍ଲାର ସମସ୍ତ ମୋବାଇଲ ଟାୱାରକୁ ଡିସେମ୍ବର ୨୦୨୪ ସୁଦ୍ଧା ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.