Odisha Link
Bridging the Missing Links in Odisha

ପୁରୀରେ ଜଗା ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର

ଓଏଲ୍‌ ବ୍ୟୁରୋ: ଅଗଷ୍ଟ ୩୦ରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ସନ୍ଧ୍ୟାରେ ଅଗଷ୍ଟ ୩୦ରେ ଭୁବନେଶ୍ୱରରେ ପହଂଚିବା ପରେ କଟକ ଅଭିମୁଖେ ଯାତ୍ର କରିଥିଲେ। ଅଗଷ୍ଟ ୩୧ ତାରିଖରେ ଭୁବନେଶ୍ୱରର ମେ ଫେୟାର କନଭେନସନ ସମ୍ମିଳନୀ କକ୍ଷରେ ଆୟୋଜିତ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀ ୨୦୨୪ରେ ଯୋଗ ଦେଇଥିଲେ। ଆଜି ସେପ୍ଟେମ୍ବର ୨ ତାରିଖରେ ପୁରୀ ଯାଇ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଜଗା ଦର୍ଶନ କରିଛନ୍ତି। ପରିବାର ସହ ପରି ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

Leave A Reply

Your email address will not be published.