Odisha Link
Bridging the Missing Links in Odisha

୧୧୯ ବର୍ଷର ଇତିହାସରେ ପ୍ରଥମ ଥର ଦଳିତ ହାତରେ ରେଲଓ୍ବେ ବୋର୍ଡର ଗୁରୁ ଦାୟିତ୍ବ, କିଏ ସେ ଜାଣନ୍ତୁ ?

ଓଏଲ୍‌ ବ୍ୟୁରୋ: ରେଲଓ୍ବେ ବୋର୍ଡର ନୂଆ ଅଧ୍ୟକ୍ଷ ଓ ସିଇଓ ହେଲେ ୧୯୮୬ ମସିହା ବ୍ୟାଚର ରେଲଓ୍ବେ ମେକାନିକାଲ ଇଞ୍ଜିନିୟର ସତୀଶ କୁମାର। ସେ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ ମଧ୍ୟ କରିଛନ୍ତି। ପ୍ରଥମ ଦଳିତ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ସତୀଶ। ୧୧୯ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଦଳିତଙ୍କ ହାତରେ ରେଲଓ୍ବେର ମୁଖ୍ୟ ପଦ ରହିଛି। ସତୀଶ କୁମାରଙ୍କୁ ବର୍ତ୍ତମାନ ବୋର୍ଡ ମେମ୍ବରୁ ସିଇଓକୁ ପଦୋନ୍ନତି କରାଯାଇଛି। ସେ ସେପ୍ଟେମ୍ବର ପହିଲାରୁ କାର୍ଯ୍ୟଭାର ଆରମ୍ଭ କରିଛନତି। ଏକ ବର୍ଷ ପାଇଁ ରେଲଓ୍ବେର ଗୁରୁ ଦାୟିତ୍ବରେ ରହିବେ ସତୀଶ କୁମାର।

ସେପ୍ଟେମ୍ବର ପହିଲାରୁ ଜୟା ବର୍ମା ସିହ୍ନାଙ୍କ ସ୍ଥାନ ନେଇଛନ୍ତି ସତୀଶ କୁମାର। ବିଗତ ବର୍ଷ ଜୟା ବର୍ମା ରେଲଓ୍ବେର ପ୍ରଥମ ମହିଳା ସିଇଓ ଭାବେ ନିଯୁକ୍ତ ହୋଇ ଇତିହାସ ରଚିଥିଲେ। ସତୀଶ କୁମାର ବର୍ତ୍ତମାନ ଯେଉଁ ଭୂମିକାରେ ଥିଲେ ସେ ଲୋକୋ ପାଇଲଟ୍‌ଙ୍କ ସମ୍ପର୍କୀତ ମାମଲାର ବିଚାର ବିମର୍ଶ କରୁଥିଲେ। ୩୮ ବର୍ଷର ଚାକିରି ଯାତ୍ରାରେ କୁମାର ରେଲଓ୍ବର ସୁରକ୍ଷା ପ୍ରତି ବିଶେଷ ଯୋଗଦାନ କରିଛନ୍ତି। ସେ ‘ଫଗ୍‌ ସେଫ୍‌’ ଯନ୍ତ୍ରକୁ ଅଧିକ କ୍ରୀୟାଶୀଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ନୂଆ ବନ୍ଦେ ଭାରତ ସ୍ଲିପର ଓ ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍‌ ପ୍ରୋଜେକ୍ଟର ବି ଗୁରୁ ଦାୟିତ୍ବ ସମ୍ଭାଳିଥିଲେ।

କିଏ ସେ ସତୀଶ କୁମାର ?
ସତୀଶ କୁମାର ୧୯୮୬ ମସିହାରେ ଭାରତୀୟ ରେଲଓ୍ବ ସେବାର ମେକାନିକାଲ ଇଞ୍ଜିନିୟର ବ୍ୟାଚର ପ୍ରତିଷ୍ଠିତ ଅଧିକାରୀ। ସେ ନିଜର ୩୮ ବର୍ଷର ଚାକିରିରେ ଭାରତୀୟ ରେଲଓ୍ବେ ପାଇଁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ କରିଛନ୍ତି। ସତୀଶ କୁମାରଙ୍କ ଧର୍ମପତ୍ନୀ ପେଶାରେ ଜଣେ ଡାକ୍ତର।

Leave A Reply

Your email address will not be published.