Odisha Link
Bridging the Missing Links in Odisha

ଶିମିଳିପାଳରେ ଅଘଟଣ, ହାତୀ ଛୁଆର ମୃତଦେହ ଠାବ

ଓଏଲ୍‌ ବ୍ୟୁରୋ: ଶିମିଳିପାଳ ଜେନାବିଲ ରେଞ୍ଜରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ଶିମିଳିପାଳରେ ହାତୀ ଛୁଆର ମୃତଦେହ ଠାବ ହୋଇଛି। ହାତୀଟିର ବୟସ ୧ ବର୍ଷ ହୋଇଥିବା ବେଳେ ହାତୀଛୁଆର ମଳ ଦ୍ଵାରରେ ହୋଇଥିବା କ୍ଷତ ଯୋଗୁଁ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଶିମିଳିପାଳ ଅନ୍ତର୍ଗତ ଜେନାବିଲ ରେଞ୍ଜରେ ଏକ ହାତୀ ଶାବକର ମୃତଦେହ ଠାବ ହୋଇଛି। ଏନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି। ମୃତ ହାତୀ ଶାବକର ବୟସ ୧ ବର୍ଷ ହୋଇଥିବା ବେଳେ ଏହା ଏକ ପୁରୁଷ ହାତୀ ଅଟେ। କୌଣସି କାରଣରୁ ହାତୀ ଶାବକର ମଳ ଦ୍ଵାରରେ କ୍ଷତ ଯୋଗୁଁ ଏହା ମୃତ୍ୟୁର କାରଣ ପାଲଟିଥିବା କୁହାଯାଇଛି।

Leave A Reply

Your email address will not be published.