Odisha Link
Bridging the Missing Links in Odisha

ରାଜଧାନୀରେ ମାତିଛନ୍ତି ଜମି ମାଫିଆ, ମାଡ଼ି ବସିଛନ୍ତି ୩୦ ଏକର ଜମି

ଓଏଲ୍‌ ବ୍ୟୁରୋ: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ଆଜି ଦ୍ବାଦଶ ଦିନ। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏହି ଅବସରରେ ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଗୃହରେ ଲିଖିତ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ରାଜଧାନୀରେ ୩୦ ଏକର ଜମି ଜବରଦଖଲକାରୀଙ୍କ କବଜାରେ ରହିଛି। ରାଜଧାନୀର ସାମପୁର ମୌଜାରେ ସର୍ବାଧିକ ୨୭ ଏକର ଜମି ଜବରଦଖଲ ହୋଇଥିବାବେଳେ ଗାଡ଼କଣରେ ୨ ଏକର, ଚନ୍ଦ୍ରଶେଖରପୁରରେ ଦେଢ଼ ଏକର ଜମିକୁ ଜବରଦଖଲ କରାଯାଇଥିବା ବିଧାନସଭାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଲିଖିତ ଉତ୍ତର ରଖିଛନ୍ତି।

ଅନ୍ୟପଟେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଯୋଗ୍ୟ ବିବେଚିତ ହୋଇ ପ୍ରାୟ ୧,୨୬,୫୪୨ ଜଣ ହିତାଧିକାରୀ ଗୃହ ମଞ୍ଜୁର ଅପେକ୍ଷାରେ ଅଛନ୍ତି। ଏହି ଅପେକ୍ଷା ତାଲିକାରେ ଥିବା ପରିବାରଙ୍କୁ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟଙ୍କ ଠାରୁ ଲକ୍ଷ୍ୟଧାର୍ଯ୍ୟ ପ୍ରାପ୍ତି ପରେ ଗୃହ ମଞ୍ଜୁର କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଗୃହ ମଞ୍ଜୁରରୁ ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ସର୍ଭେ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅନୁମୋଦନ ପ୍ରାପ୍ତ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ମାର୍ଗଦର୍ଶିକା ଆଧାରରେ ଯୋଗ୍ୟ ପରିବାରଙ୍କୁ ଚୟନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.