Odisha Link
Bridging the Missing Links in Odisha

ବନ୍ୟଜନ୍ତୁ ଉପଦ୍ରବ: ବିଭିନ୍ନ ବନଖଣ୍ଡରେ ଯାଇଛି ୬୮ ଜଣଙ୍କ ପ୍ରାଣ

ଓଏଲ୍‌ ବ୍ୟୁରୋ: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ଆଜି ଦ୍ବାଦଶ ଦିନ। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏହି ଅବସରରେ ଆଜି ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସେ କହିଛନ୍ତି, ଚଳିତ ବର୍ଷରେ ବିଭିନ୍ନ ବନଖଣ୍ଡରେ ୬୮ ଜଣ ଲୋକ ହାତୀ ଓ ଅନ୍ୟାନ ବନ୍ୟଜନ୍ତୁଙ୍କ ପାଇଁ ପ୍ରାଣ ହରାଇଛନ୍ତି। ୧୦୮୭ ଗୋଟି ବାସଗୃହ ନଷ୍ଟ ହୋଇଛି ଏବଂ ୨୩୧୫.୭୯୪ ଏକର ଜମିରେ ଫସଲ ହାନି ହୋଇଛି। ଆଜି ଗୃହରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।

ମନ୍ତ୍ରୀଙ୍କ ଅନୁଯାୟୀ ଚଳିତ ବର୍ଷ ରାଜ୍ୟ ସରକାର ହାତୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଦ୍ଵାରା ହୋଇଥିବା କ୍ଷୟକ୍ଷତି ବାବଦକୁ ୪୧୯.୯୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛନ୍ତି। ସେହିପରି ୯୯.୫୮ ଲକ୍ଷ ଟଙ୍କା ଦେବାକୁ ବାକି ରହିଛି। ମନ୍ତ୍ରୀ କହିଛନ୍ତି ଯେ ଜଙ୍ଗଲ ନିକଟବର୍ତ୍ତୀ ଜନବସତି ଗୁଡ଼ିକୁ ହାତୀ ସହ ଅନ୍ୟାନ୍ୟ ବନ୍ୟଜନ୍ତୁ ଉପଦ୍ରବରୁ ରକ୍ଷା କରିବାକୁ ସରକାର କୃତ୍ରିମ ବୁଦ୍ଧିମତାର ସହାୟତା ନେଉଛନ୍ତି। ପାଇଲଟ ପ୍ରକଳ୍ପ ଭାବେ ଚନ୍ଦକା ବନଖଣ୍ଡର ଭରତପୁର, ଢେଙ୍କାନାଳର ହିନ୍ଦୋଳ ଓ ଅନୁଗୋଳ ବନଖଣ୍ଡର ବନ୍ତଳାଠାରେ ଇ-ସର୍ଭେଲାନ୍ସ ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.