Odisha Link
Bridging the Missing Links in Odisha

ଶିଶୁ ଶ୍ରମିକ ପ୍ରସଙ୍ଗ: ବିଧାନସଭାରୁ ଆସିଲା ସାଙ୍ଘାତିକ ସତ୍ୟ

ଓଏଲ୍‌ ବ୍ୟୁରୋ: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ଆଜି ଦ୍ବାଦଶ ଦିନ। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ବିଧାନସଭାରୁ ସାଙ୍ଘାତିକ ସତ୍ୟ ସାମ୍ନାକୁ ଆସିଛି। କଡା ଆଇନ ଏବଂ ସଚେତନତା ସତ୍ତ୍ବେ ରାଜ୍ୟରେ କମୁନି ଶିଶୁ ଶ୍ରମିକ ପ୍ରଥା। ୫ ବର୍ଷରେ ରାଜ୍ୟରେ ଉଦ୍ଧାର ହୋଇଛନ୍ତି ୨୮୩ ଶିଶୁ ଶ୍ରମିକ। ଶିଶୁ ଶ୍ରମିକ କମାଇବାକୁ ୯ଟି ବିଭାଗ ସମନ୍ୱୟରେ ରାଜ୍ୟ ସରକାର ଏକ ଖସଡ଼ା ତିଆରି କରିଛନ୍ତି। ଶିଶୁ ଓ କିଶୋର ଶ୍ରମ ଆଇନ ୧୯୮୬କୁ କଠୋର ଭାବେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଏବଂ ପୁଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବିଧାୟକ ତାରା ପ୍ରସାଦ ବାହନୀପତିଙ୍କ ପ୍ରଶ୍ନରେ ଶ୍ରମ ମନ୍ତ୍ରୀ ଏନେଇ ଗୃହରେ ଉତ୍ତର ରଖିଛନ୍ତି।

Leave A Reply

Your email address will not be published.