କମିଶନର ଅଫିସ୍ ସ୍ଥାନାନ୍ତର ପ୍ରସଙ୍ଗ: ସ୍ପଷ୍ଟୋକ୍ତି ରଖିଲେ ଅବକାରୀ କମିଶନର
ଓଏଲ୍ ବ୍ୟୁରୋ: କଟକରେ ଥିବା ଅବକାରୀ କମିଶନର ଅଫିସ ସ୍ଥାନାନ୍ତର ହେବା ନେଇ ଚର୍ଚ୍ଚା ଚାଲିଥିବାବେଳେ ଅବକାରୀ କମିଶନର ନରସିଂହ ଭୋଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅବକାରୀ କମିଶନର ଅଫିସ କଟକରେ ରହିବ। ଭୁବନେଶ୍ବରରେ କେବଳ କ୍ୟାମ୍ପ ଅଫିସ, ଜରୁରୀ କାମ ପଡ଼ିଲେ ଆସେ। ପୂର୍ବରୁ ରାଜସ୍ବ ବିଭାଗ ଅଧିନରେ ଅବକାରୀ ବିଭାଗ ରହିଥିଲା। ସେଥିପାଇଁ କମିଶନର ଅଫିସ ରାଜସ୍ବ ପର୍ଷଦ କୋଠାରେ ଚାଲିଥିଲା। ୧୯୯୯ରେ ଅଲଗା ହେବା ପରେ ବି ଅଫିସ ସେଇଠି ଚାଲିଥିଲା। ୨ ବର୍ଷ ତଳେ ନିର୍ଦ୍ଦେଶ ହେବାରୁ ଫ୍ଲାଇଂ ସ୍କ୍ବାଡ୍ ଅଫିସକୁ ସ୍ଥାନାନ୍ତର ହୋଇଥିଲା। ତେବେ କଟକରେ ସ୍ଥାନାଭାବରୁ କେବଳ ଲ୍ୟାବ୍ ଭୁବନେଶ୍ବର ଆସିଥିଲା। ଗୋଦାମ, ଲ୍ୟାବ୍ ଏବଂ ଫ୍ଲାଇଂ ସ୍କ୍ବାଡ୍ ଅଫିସ ଭୁବନେଶ୍ବର ଆସିଥିଲା। କମିଶନର ଅଫିସ କଟକରେ ଅଛି, ସ୍ଥାନାନ୍ତର ପ୍ରସ୍ତାବ ନାହିଁ ବୋଲି ଅବକାରୀ କମିଶନର ନରସିଂହ ଭୋଳ ସ୍ପଷ୍ଟୋକ୍ତି ରଖିଛନ୍ତି।