ନୟାଗଡ଼ ସିଲିଣ୍ଡର ବିସ୍ଫୋରଣ ମାମଲା: ହାଇକୋର୍ଟ ଦେଲେ ବଡ଼ ରାୟ
ଓଏଲ୍ ବ୍ୟୁରୋ: ଆଜି ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏକ ବଡ଼ ନିଷ୍ପତି ଘୋଷଣା ହୋଇଛି। ଗ୍ୟାସ ଫାଟି କ୍ଷୟକ୍ଷତି ହେଲେ କ୍ଷତିପୂରଣ ମିଳିବ। କ୍ଷତିପୂରଣ ଦେବାକୁ ଗ୍ୟାସ କମ୍ପାନିଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ନୟାଗଡ଼ ସିଲିଣ୍ଡର ବିସ୍ଫୋରଣ ମାମଲାରେ ଶୁଣାଣି କରି ହାଇକୋର୍ଟ ରାୟ ଦେଇଛନ୍ତି। ସିଲିଣ୍ଡର ବିସ୍ଫୋରଣରେ କ୍ଷତି ହେଲେ ଆହତଙ୍କୁ ୨ ଲକ୍ଷ, ମୃତକଙ୍କୁ ୪ଲକ୍ଷ ଦେବାକୁ ପଲିସି ଅଛି। ଘର ପୋଡ଼ି ଗଲେ ୨ଲକ୍ଷ ଟଙ୍କା ଦେବାକୁ ପଲିସି ଅଛି। ଉପଭୋକ୍ତାଙ୍କୁ ଅଧିକାର ବାବଦରେ ଅବଗତ କରାଯାଉ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିୟମିତ ଭାବେ ଗ୍ରାହକଙ୍କୁ ସଚେତନ କରିବାକୁ ନିର୍ଦେଶ ଦିଆଯାଇଛି।