Odisha Link
Bridging the Missing Links in Odisha

ରାଜ୍ୟରେ ଲାଗୁ ହେବ ପେଶା ଆଇନ, ଜାଣନ୍ତୁ ଗୃହରେ କ’ଣ କହିଲେ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ଆଜି ଦ୍ବାଦଶ ଦିନ। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏହି ଅବସରରେ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କ ପ୍ରଶ୍ନରେ ପଂଚାୟତ ରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ପେଶା ଆଇନ। ସୁପ୍ରିମକୋର୍ଟଙ୍କ ରାୟର ୨୭ ବର୍ଷ ପରେ ରାଜ୍ୟରେ ପେଶା ଆଇନ୍ ଲାଗୁ କରିବାକୁ ଯୋଜନା କରୁଛନ୍ତି ମୋହନ ସରକାର।

ଆଜି ଏନେଇ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ। ମନ୍ତ୍ରୀ ରବି ନାଏକ କହିଛନ୍ତି, ଆଦିବାସୀଙ୍କ ଅଧିକାର ପାଇଁ ପେଶା ଆଇନ ଆବଶ୍ୟକ। ସବୁ ନିର୍ବାଚନ ମଣ୍ଡଳୀକୁ କ୍ଲଷ୍ଟରରେ ଭାଗ କରାଯିବ। ଯେଉଁଠି ବ୍ୟକ୍ତି ଓ ପରିବାରସ୍ତରୀୟ ଅଧିକାର ସୁରକ୍ଷା ପାଇଁ ଯୋଜନା ହେବ। ଦେଶରେ ଆଦିବାସୀଙ୍କ ସଂଖ୍ୟା କମୁଛି। ଏହା ଗୁରୁତର ବିଷୟ। ତେଣୁ ସଚେତନ ହେବା ଆବଶ୍ୟକ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ।

Leave A Reply

Your email address will not be published.