ସୁଭଦ୍ରା ଯୋଜନା: ଜାଣନ୍ତୁ କେମିତି ସହଜରେ ପାଇବେ ସୁଭଦ୍ରା ଫର୍ମ
ଓଏଲ୍ ବ୍ୟୁରୋ: ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ସୁଭଦ୍ରା ଯୋଜନା ପାଇଁ ଆବେଦନ ପତ୍ର ସମ୍ପୂର୍ଣ୍ଣ ମାଗଣା ଏବଂ ଦେୟ ମୁକ୍ତ କରାଯାଇଛି। ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ସହିତ ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟ କରୁଥିବା ସହାୟିକା, ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ, ଏମବିକେ ଓ କମ୍ୟୁନିଟି ରିସୋର୍ସ ପର୍ସନ ମଧ୍ୟ ଏହି ଯୋଜନାରେ ସହାୟତା ପାଇଁ ଆବେଦନ କରିପାରିବେ। ସୁଭଦ୍ରା ଯୋଜନା ସମ୍ପର୍କରେ ଅଧିକ ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୧୪୬୭୮ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି। ଏହି ନମ୍ବର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଉପଲବ୍ଧ ରହିବ। ମହିଳା ମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ମଜବୁତ୍ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ଓଡିଶାର ଏକ କୋଟିରୁ ଅଧିକ ମହିଳା ଉପକୃତ ହୋଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।
ଆବେଦନ କରିବାକୁ ଚାହୁଁଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ସୁଭଦ୍ରା ଫର୍ମ ସବୁ ସ୍ଥାନରେ ମାଗଣାରେ ଉପଲବ୍ଧ ଥିବା ସୂଚନା ଦିଆଯାଇଛି। ନିମ୍ନୋକ୍ତ ସ୍ଥାନମାନଙ୍କରୁ ମାଗଣାରେ ଫର୍ମ ସଂଗ୍ରହ କରନ୍ତୁ।
୧. ନିକଟସ୍ତ ଅଙ୍ଗନବାଡି କେନ୍ଦ୍ର
୨. ବ୍ଲକ କାର୍ଯ୍ୟାଳୟ
୩. ଏନଏସି/ ମ୍ୟୁନିସିପାଲିଟି କାର୍ଯ୍ୟାଳୟ
୪. ମୋ ସେବା କେନ୍ଦ୍ର
୫. ସାଧାରଣ ସେବା କେନ୍ଦ୍ର