Odisha Link
Bridging the Missing Links in Odisha

ସୁଭଦ୍ରା ଯୋଜନା ପ୍ରସଙ୍ଗ: ମନ୍ତ୍ରୀଙ୍କ ଉତ୍ତର ପରେ ବିରୋଧୀଙ୍କ କକ୍ଷତ୍ୟାଗ

ଓଏଲ୍‌ ବ୍ୟୁରୋ: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ଆଜି ଦ୍ବାଦଶ ଦିନ। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏହି ଅବସରରେ ବିଧାନସଭାରେ ସୁଭଦ୍ରା ଯୋଜନା ସମ୍ପର୍କରେ ମୁଲତବୀ ପ୍ରସ୍ତାବ ଆଲୋଚନା କରାଯାଇଥିଲା। ଆଜି ଗୃହରେ ଉପମୁଖ୍ୟମନ୍ତ୍ରୀ ଏନେଇ ଉତ୍ତର ରଖି କହିଛନ୍ତି, ସୁଭଦ୍ରା ଯୋଜନାର କୌଣସି ଦୂରୁପଯୋଗ କରିବାର ପ୍ରଶ୍ନ ଉଠୁନାହିଁ। କିମ୍ବା ଏମିତି କରିବାକୁ କାହାକୁ ସୁଯୋଗ ଦିଆଯିବ ନାହିଁ। ଯୋଜନାକୁ ନେଇ କାହା ମନରେ ଦ୍ୱନ୍ଦ୍ୱ ନାହିଁ।

ଗ୍ରାମାଞ୍ଚଳରେ ମହିଳାମାନେ ଆଗ୍ରହର ସହକାରେ ବିନା ଅର୍ଥରେ ଫର୍ମ ସଂଗ୍ରହ କରୁଛନ୍ତି ବୋଲି ମୁଲତବୀ ଆଲୋଚନାରେ ଉତ୍ତର ଦେଇ ମହିଳା ଓ ଶିଶୁ ବିକାଶ ବିଭାଗର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ୟ ରାଜ୍ୟରେ ଲାଡଲି ବେହେନା ଯୋଜନାରେ ଜଣେ ମାତ୍ର ମହିଳା ଲାଭାନ୍ଵିତ ହେଉଛନ୍ତି। ମାତ୍ର ଓଡ଼ିଶାରେ ଯୋଗ୍ୟ ବିବେଚିତ ହେଲେ ପରିବାରର ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ। ଯେଉଁ ବିରୋଧୀମାନେ ଯୋଜନାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଏବଂ ପ୍ରଶ୍ନ କରୁଛନ୍ତି। ସେମାନଙ୍କର ଉଦ୍ଦେଶ କେବଳ ଭ୍ରମିତ କରିବା ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ବିଜେଡି ଓ କଂଗ୍ରେସ କକ୍ଷତ୍ୟାଗ କରିଥିଲେ।

Leave A Reply

Your email address will not be published.