Odisha Link
Bridging the Missing Links in Odisha
Daily Archives

September 4, 2024

ରାଜ୍ୟ ବୁଲିବେ ସଚିବ ଓ ବରିଷ୍ଠ ଅଧିକାରୀ,…

ଓଏଲ୍‌ ବ୍ୟୁରୋ: ରାଜ୍ୟର ୩୦ ଜିଲ୍ଲା ବୁଲିବେ ସଚିବ ଓ ବରିଷ୍ଠ ଅଧିକାରୀ। ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ସଚିବ ଓ ବରିଷ୍ଠ ଅଧିକାରୀ ଜିଲ୍ଲା ଗସ୍ତରେ ଯାଇ…

ନଭେମ୍ବର ୧୫ରୁ ଐତିହାସିକ କଟକ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହୋଇଛି ପାର୍ବଣ ଋତୁ। ଏସବୁ ମଧ୍ୟରେ ସାମ୍ନାକୁ ଆସିଛି ବଡ଼ ଖବର। ନଭେମ୍ବର ୧୫ ତାରିଖରୁ ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ ହେବ। କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ…

ରାଜ୍ୟରେ ୩,୩୦୭ ଡେଙ୍ଗୁ ରୋଗୀ ଚିହ୍ନଟ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଏପର୍ଯ୍ୟନ୍ତ ୩ ହଜାର ୩୦୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏନେଇ ଆଜି ବିଧାନସଭାରେ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସବୁଠୁ ବଡ଼କଥା ହେଲା ରାଜ୍ୟରେ ଡେଙ୍ଗୁରେ କାହାର ମୃତ୍ୟୁ ହୋଇନଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ। ଜଣଙ୍କ…

ଆସୁଛି ଆଉ ଏକ ଲଘୁଚାପ, ୧୮ ଜିଲ୍ଲାକୁ…

ଓଏଲ୍‌ ବ୍ୟୁରୋ: ସେପ୍ଟେମ୍ବର ମାସ ଆରମ୍ଭ ହେଲାଣି ହେଲେ ଥମୁନି ବର୍ଷା। ଗୋଟାଏ ପରେ ଗୋଟାଏ ଲଘୁଚାପ ଆସିବାରେ ଲାଗିଛି। ଆସନ୍ତାକାଲି ପଶ୍ଚିମ କେନ୍ଦ୍ରୀୟ ଏବଂ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଯାହାର ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ ବୋଲି ଆକଳନ କରିଛି…

ଘରେ ରହି ଅନଲାଇନରେ କରି ପାରିବେନି…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଏବେ ଗୋଟିଏ ଚର୍ଚ୍ଚା ସୁଭଦ୍ରା ଯୋଜନା। କାହାକୁ ମିଳିବ କାହାକୁ ମିଳିବନି ସରକାର ସ୍ପଷ୍ଟ କରିବା ପରେ ମଧ୍ୟ ଲାଗି ରହିଛି ଅନେକ ଦ୍ବନ୍ଦ୍ବ। ଏସବୁ ମଧ୍ୟରେ ଦ୍ବନ୍ଦ୍ବ ଦୂର କରିଛନ୍ତି ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ମୁଖ୍ୟ ଦିଲ୍ଲୀପ ଦାଶ। ସୁଭଦ୍ରା ଯୋଜନା ଫର୍ମ ଦାଖଲକୁ…

ସୋମବାର ସ୍କୁଲ ଛୁଟି

ଓଏଲ୍‌ ବ୍ୟୁରୋ: ସୋମବାର ବନ୍ଦ ରହିବ ରାଜ୍ୟର ସମସ୍ତ ବିଦ୍ୟାଳୟ। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଦିଆଯାଇଛି। ନୂଆଁଖାଇ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ସରକାର, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ଛୁଟି ଘୋଷଣା କରାଯାଇଛି।

ଉଦ୍‌ଘାଟିତ ହେଲା ସୁଭଦ୍ରା କଲ୍‌ ସେଣ୍ଟର,…

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ପୋର୍ଟାଲ ଉନ୍ମୋଚନ ପରେ ଆଜି ଉଦ୍‌ଘାଟିତ ହୋଇଛି ସୁଭଦ୍ରା କଲ୍‌ ସେଣ୍ଟର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଓସିଏସି କାର୍ଯ୍ୟାଳୟକୁ ଯାଇ କଲ୍‌ ସେଣ୍ଟର ଶୁଭାରମ୍ଭ କରିଛନ୍ତି। କଲ୍‌ ସେଣ୍ଟର ଉଦଘାଟନ ଅବସରରେ ପ୍ରଭାତୀ ପରିଡ଼ା ଦେଲେ ବଡ଼ ସୂଚନା। ୧୪୬୭୮ ହେଉଛି ସୁଭଦ୍ରା ଟୋଲ…

ବିଧାନସଭାରେ ଉଠିଲା କଳିଙ୍ଗ ପୁରସ୍କାର…

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଉଠିଲା କଳିଙ୍ଗ ପୁରସ୍କାର ପ୍ରସଙ୍ଗ। ବୁଧବାର ବିଧାନସଭାର ଶୂନ୍ୟକାଳରେ କଳିଙ୍ଗ ପୁରସ୍କାରକୁ ନେଇ କଥା କଟାକଟି ହୋଇଛନତି ଶାସକ ବିଜେପି ଓ ବିରୋଧି ବିଜେଡି। କଳିଙ୍ଗ ପୁରସ୍କାରକୁ ଓଡ଼ିଆ ଅସ୍ମିତା ସହ ଯୋଡ଼ି କଥା ଉଠାଇଲେ ବିଜେଡି ବିଧାୟକ। ତାର ପାଲଟା ଜବାବ ରଖିଲେ ବିଜେପି…

ପ୍ୟାରିସ୍‌ ପାରାଲିମ୍ପିକ୍ସ: ରୌପ୍ୟ…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ପାରାଲିମ୍ପିକ୍ସରେ କମାଲ କରୁଛନ୍ତି ଭାରତୀୟ ଖେଳାଳି। ଦିନ ଗଡ଼ିବା ସହିତ ଭାରତ ପାଇଁ ହେଉଛି ପଦକ ବର୍ଷା। ପାରାଲିମ୍ପିକ୍ସର ୭ମ ଦିନ ଆରମ୍ଭରୁ ଭାରତୀୟ ପାରା ଖେଳାଳି ହାତେଇଛନ୍ତି ରୌପ୍ୟ ପଦକ। ଆଥଲେଟ୍‌ର ପୁରୁଷ ସଟ୍‌ ପୁଟ ମୁକାବିଲାରେ ରୌପ୍ୟ ପଦକ ଜିତିଛନ୍ତି ସଚିନ ସରଜେରାବ…

ପୁରୀ ସମୁଦ୍ରରେ ଅଘଟଣ: ଚାଲିଗଲା…

ଓଏଲ୍‌ ବ୍ୟୁରୋ: ପୁରୀ ସମୁଦ୍ରରେ ଅଘଟଣ ଘଟିଛି। ସମୁଦ୍ରରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କ ଜୀବନ ଚାଲିଯାଇଥିବା ଜଣା ପଡିଛି।ସମୁଦ୍ରରେ ଗାଧୋଇବା ବେଳେ ବଙ୍ଗୀୟ ପର୍ଯ୍ୟଟକ ଜଣକ ପାଣିରେ ବୁଡ଼ିଯାଇଥିଲେ। ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ ଘଟିଥିଲା। ପରେ ତାଙ୍କୁ ପୁରୀ ମେଡିକାଲ ସ୍ଥାନାନ୍ତର…