Odisha Link
Bridging the Missing Links in Odisha

ରାଜ୍ୟରେ ୩,୩୦୭ ଡେଙ୍ଗୁ ରୋଗୀ ଚିହ୍ନଟ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଏପର୍ଯ୍ୟନ୍ତ ୩ ହଜାର ୩୦୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏନେଇ ଆଜି ବିଧାନସଭାରେ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସବୁଠୁ ବଡ଼କଥା ହେଲା ରାଜ୍ୟରେ ଡେଙ୍ଗୁରେ କାହାର ମୃତ୍ୟୁ ହୋଇନଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ। ଜଣଙ୍କ ମୃତ୍ୟୁ ହୋଇଥବା ନେଇ ଅଭିଯୋଗ ଆସିଛି ତାର ତଦନ୍ତ ଚାଲିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ଅଛନ୍ତି ୨୯,୧୭୭ ମ୍ୟାରେରିଆ ରୋଗୀ। ସେମଧ୍ୟରୁ ୩ ଜଣଭ୍କ ମୃତ୍ୟୁ ହୋଇଛି। ସେହିପରି ଜଣେ କେହି ବି ବାର୍ଡ ଫ୍ଲରେ ସଂକ୍ରମିତ ହୋଇନଥିବା କହିଛନ୍ତି ମନ୍ତ୍ରୀ। ଏଥିସହିତ ୨୦୩୦ ସୁଦ୍ଧା ମ୍ୟାଲେରିଆ ଓ ୨୦୨୭ ସୁଦ୍ଧା ଫାଇଲେରିଆ ମୁକ୍ତ ହେବ ଓଡ଼ିଶା ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.