Odisha Link
Bridging the Missing Links in Odisha

ପୁରୀ ସମୁଦ୍ରରେ ଅଘଟଣ: ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ପୁରୀ ସମୁଦ୍ରରେ ଅଘଟଣ ଘଟିଛି। ସମୁଦ୍ରରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କ ଜୀବନ ଚାଲିଯାଇଥିବା ଜଣା ପଡିଛି।ସମୁଦ୍ରରେ ଗାଧୋଇବା ବେଳେ ବଙ୍ଗୀୟ ପର୍ଯ୍ୟଟକ ଜଣକ ପାଣିରେ ବୁଡ଼ିଯାଇଥିଲେ। ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ ଘଟିଥିଲା। ପରେ ତାଙ୍କୁ ପୁରୀ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ପୁରୀ ମେଡିକାଲରେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।