ଥମୁନି ଛାତ୍ର ସଂସଦ ନିର୍ବାଚନ ଝଡ଼, ପୁଲିସ ସହ ଧସ୍ତାଧସ୍ତି ହେଲେ ଛାତ୍ର କଂଗ୍ରେସ କର୍ମୀ
ଓଏଲ୍ ବ୍ୟୁରୋ: ଚାଲିଛି ବିଧାନସଭା, ହେଲେ ଥମୁନି ଛାତ୍ର ସଂସଦ ନିର୍ବାଚନ ତାତି। ଛାତ୍ର ସଂସଦ ନିର୍ବାଚନ ଦାବିରେ କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା କରାଯାଇଛି। ଭୁବନେଶ୍ବରରେ ପୁଲିସ ସହ ଛାତ୍ର କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଛନ୍ତି। ବିଧାନସଭା ଘେରାଉ ଉଦ୍ୟମ ବେଳେ ପୁଲିସ ଅଟକାଇଛି। ତେବେ କିଛି ଦିନ ତଳେ ରାଜ୍ୟରେ ଏ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଥିଲେ। ନୂଆ ସରକାର ଗଠନ ହେବା ପରଠୁ ଯଥେଷ୍ଟ ସମୟ ନଥିବାରୁ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇପାରିବନି। ଏନେଇ କଲେଜ ଗୁଡ଼ିକୁ ପ୍ରସ୍ତୁତ କରାଯାଇ ଆସନ୍ତା ବର୍ଷ କଲେଜଗୁଡ଼ିକୁ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରସ୍ତୁତ କରାଯିବ ବୋଲି କହିଥିଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ତେବେ ରାଜ୍ୟରେ ବିଜୁ ଛାତ୍ର ଜନତା ଦଳ, ଏନ୍ଏସ୍ୟୂଆଇ ଓ ଏବିଭିପି ନିର୍ବାଚନ ଦାବି କରିଛନ୍ତି।