ନଭେମ୍ବର ୧୫ରୁ ଐତିହାସିକ କଟକ ବାଲିଯାତ୍ରା
ଓଏଲ୍ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହୋଇଛି ପାର୍ବଣ ଋତୁ। ଏସବୁ ମଧ୍ୟରେ ସାମ୍ନାକୁ ଆସିଛି ବଡ଼ ଖବର। ନଭେମ୍ବର ୧୫ ତାରିଖରୁ ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ ହେବ। କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଚଳିତବର୍ଷ ବୃଦ୍ଧି ପାଇବ ବାଲିଯାତ୍ରାର କଳେବର। ବୁଧବାର, ଶୁକ୍ରବାର ଓ ରବିବାର ଭିଡ଼କୁ ନଜରରେ ରଖି ହେବ ସ୍ବତନ୍ତ୍ର ବ୍ୟବସ୍ଥା। ପ୍ରଥମଥର ପାଇଁ ବାଲିଯାତ୍ରା ପଡ଼ିଆରେ ରହିବ ଗ୍ରୀନ କରିଡର। ସେହିପରି ବାଲିଯାତ୍ରାରେ ଭାରତୀୟ ନୌସେନା ପ୍ରଦର୍ଶନ କରିବ ସ୍ବତନ୍ତ୍ର କଳାକୌଶଳ।
ସେହିପରି ଏଥର ବାଲିଯାତ୍ରା ପାଇଁ ବଢ଼ିବ ପାର୍କିଂ ସ୍ଥଳ ସଂଖ୍ୟା। ବାଲିଯାତ୍ରା ପଡ଼ିଆ ଭିତରେ ରହିବ ୫ଟି ଆମ୍ବୁଲାନ୍ସ। ଓରମାସ୍ ଷ୍ଟଲ ସଂଖ୍ୟା ୫୦୦କୂ ବୃଦ୍ଧି ପାଇବ ବୋଲି ସୂଚନା ରହିଛି।