ଗୃହରେ ମନ୍ତ୍ରୀଙ୍କ ବଡ଼ ତଥ୍ୟ, ଝୋଟ ବ୍ୟାଗ ପାଇଁ କୋଟି କୋଟି ଖର୍ଚ୍ଚ
ଓଏଲ୍ ବ୍ୟୁରୋ: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ଆଜି ତ୍ରୟୋଦଶ ଦିବସ। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ଝୋଟ ବ୍ୟାଗ୍ ବଣ୍ଟନ ଖର୍ଚ୍ଚ ନେଇ ଆସିଲା ବଡ଼ ତଥ୍ୟ। ନିର୍ବାଚନ ପର୍ବରୁ ସରକାର ବାଣ୍ଟିଥିବା ଝୋଟ ବ୍ୟାଗ ଖର୍ଚ୍ଚ ନେଇ ତଥ୍ୟ ଦେଇଛନ୍ତି ମନ୍ତ୍ରୀ। ଝୋଟ ବ୍ୟାଗ୍ ବଣ୍ଟନରେ ଖର୍ଚ୍ଚ ହୋଇଛି ୨୪୭ କୋଟି ୩୬ ଲକ୍ଷ।
ଗୃହରେ ଅମରେନ୍ଦ୍ର ଦାସଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଲିଖିତ ଉତ୍ତର ରଖିଛନ୍ତି। ୨ଟି ବ୍ୟାଗ୍ ସହ ପରିିବାର ପିଛା ୧ ହଜାର ଟଙ୍କା ବଣ୍ଟାଯାଇଥିଲା। ୧ ହଜାର ଟଙ୍କା ବଣ୍ଟନରେ ଖର୍ଚ୍ଚ ହୋଇଛି ମୋଟ ୯୫୯ କୋଟି ୫ ଲକ୍ଷ। ସୂଚନା ଅନୁସାରେ, ନିର୍ବାଚନ ପୂର୍ବରୁ ପରିବାର ପିଛା ୨ଟି ବ୍ୟାଗ୍, ୧ ହଜାର ଟଙ୍କା ବଣ୍ଟାଯାଇଥିଲା। ନବୀନ ସରକାର ସମୟରେ ପରିବାର ପିଛା ୨ଟି ବ୍ୟାଗ୍, ୧ ହଜାର ଟଙ୍କା ବଣ୍ଟାଯାଇଥିଲା।