Odisha Link
Bridging the Missing Links in Odisha

ବିଧାନସଭାରେ ଉଠିଲା କଳିଙ୍ଗ ପୁରସ୍କାର ପ୍ରସଙ୍ଗ: କଟା କଟାକଟି ହେଲେ ବିଜେଡି-ବିଜେପି

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଉଠିଲା କଳିଙ୍ଗ ପୁରସ୍କାର ପ୍ରସଙ୍ଗ। ବୁଧବାର ବିଧାନସଭାର ଶୂନ୍ୟକାଳରେ କଳିଙ୍ଗ ପୁରସ୍କାରକୁ ନେଇ କଥା କଟାକଟି ହୋଇଛନତି ଶାସକ ବିଜେପି ଓ ବିରୋଧି ବିଜେଡି। କଳିଙ୍ଗ ପୁରସ୍କାରକୁ ଓଡ଼ିଆ ଅସ୍ମିତା ସହ ଯୋଡ଼ି କଥା ଉଠାଇଲେ ବିଜେଡି ବିଧାୟକ। ତାର ପାଲଟା ଜବାବ ରଖିଲେ ବିଜେପି ବିଧାୟକ। ନିଜ ପୁରସ୍କାର କଥା ପ୍ରଥମେ ଚିନ୍ତା କରନ୍ତୁ ବୋଲି କହିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ।

ଆଜି ବିଧାନସଭାର ଶୂନ୍ୟକାଳରେ ବିଜେଡି ବିଧାୟକ କଳିକେଶ ସିଂ ଦେଓ ଓ ଗୌତମ ବୁଦ୍ଧ ଦାସ କଳିଙ୍ଗ ପୁରସ୍କାର ପ୍ରସଙ୍ଗ ଉଠାଇ ଉବଦେଗ ପ୍ରକାଶ କରିଥିଲେ। ବିଜେଡି ବିଧାୟକ ଗୃହରେ କହିଥିଲେ ଯେ ୧୯୫୨ ମସିହାରେ କଳିଙ୍ଗ ପୁରସ୍କାର ଆରମ୍ଭ ହୋଇଥିଲା। ୟୁନେସ୍କୋ ପକ୍ଷରୁ ଏହା ପ୍ରଦାନ କରାଯାଉଥିଲା। ଖୋଦ ବିଜୁ ପଟ୍ଟନାୟକ କଳିଙ୍ଗ ଫାଉଣ୍ଡେସନ ଗଠନ କରି ଏହି ପୁରସ୍କାର ବ୍ୟବସ୍ଥା ଆରମ୍ଭ କରିଥିଲେ। ୭ ଜଣ ନୋବେଲ ପୁରସ୍କାର ପାଇଥିବା ବ୍ୟକ୍ତି ବିଶେଷ ମଧ୍ୟ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ। କିନ୍ତୁ ଏପରି ଏକ ସମ୍ମାନଜନକ ପୁରସ୍କାରକୁ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି ଦୁଇ ବିଜେଡି ବିଧାୟକ।

ସେ ଆହୁରି କହିଛନ୍ତି, ଏ ସମ୍ମାନ କେବଳ ଓଡ଼ିଶା ପାଇଁ ନୁହେଁ ପୁରା ଭାରତର ସମ୍ମାନର କଥା। ଏହି ପୁରସ୍କାର ଚାଲୁ ରଖିବା ପାଇଁ ଉଦ୍ୟମ କରାଯାଉ। ଏ ପୁରସ୍କାର କେମେିତି ପୁନଃ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ଗୃହରେ ସର୍ବସମ୍ମତି ପ୍ରସ୍ତାବ ପାରିତ କରାଯାଉ। ଯଦି କେନ୍ଦ୍ର ସରକାର କରୁନାହାନ୍ତି ରାଜ୍ୟ ସରକାର ୪୦ ହଜାର ଡଲାର ଦେଇ ଏହାକୁ କାର୍ଯ୍ୟକାରୀ କରନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ।

ଅନ୍ୟପଟେ ବିଜେପି ବିଧାୟକ ଟଙ୍କଧର ତ୍ରୀପାଠୀ କହିଛନ୍ତି, ଓଡ଼ିଆ ଅସ୍ମିତା କଥା କହୁଥିବା ଲୋକ ନିଜ ପୁରସ୍କାର କଥା ଚିନ୍ତା କରନ୍ତୁ ପ୍ରଥମେ। ୨୦୧୭ ମସିହାରୁ ସାହିତ୍ୟ ଏକାଡେମୀ ପୁରସ୍କାର ଦିଆ ଯାଇନାହିଁ। ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଦୁଇ ବର୍ଷ ହେଲାଣି ଦିଆଯାଇ ନାହିଁ। ଚଳିଚ୍ଚିତ୍ର ପୁରସ୍କାର, ଫକୀର ମୋହନ ପୁରସ୍କାର, ମନୋଜ ଦାସ ପୁରସ୍କାର ବି ବନ୍ଦ ରହିଛି। ଏହା କ’ଣ ଓଡ଼ିଆ ଅସ୍ମିତା ନଥିଲା କି ବୋଲି ପ୍ରଶ୍ନ କରିଛନ୍ତି ଟଙ୍କଧର।

Leave A Reply

Your email address will not be published.