କଳିଙ୍ଗ ପୁରସ୍କାର ପ୍ରସଙ୍ଗ: ଗୃହରେ ଶାସକ-ବିରୋଧୀ କଥା କଟାକଟି
ଓଏଲ୍ ବ୍ୟୁରୋ: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ଆଜି ତ୍ରୟୋଦଶ ଦିବସ। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ କଳିଙ୍ଗ ପୁରସ୍କାର ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧୀ। କଳିଙ୍ଗ ପୁରସ୍କାର ବନ୍ଦକୁ ନେଇ ବିଜେଡି-ବିଜେପି କଥା କଟାକଟି ହୋଇଛନ୍ତି। କଳିଙ୍ଗ ପୁରସ୍କାରକୁ ଓଡ଼ିଆ ଅସ୍ମିତା ସହ ଯୋଡ଼ିଲେ ବିଜେଡି ବିଧାୟକ। କାହିଁକି କେନ୍ଦ୍ର ପୁରସ୍କାର ବନ୍ଦ କଲା ବୋଲି ୨ ବିଜେଡି ବିଧାୟକ ପଚାରିଛନ୍ତି। ନିଜ ପୁରସ୍କାର କଥା ଚିନ୍ତା କରନ୍ତୁ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି। ଓଡ଼ିଶାରେ ଅନେକ ଦିନରୁ ଅନେକ ପୁରସ୍କାର ଦିଆଯାଇନଥିବା କହିଛନ୍ତି।