Odisha Link
Bridging the Missing Links in Odisha

ପ୍ୟାରିସ୍‌ ପାରାଲିମ୍ପିକ୍ସ: ରୌପ୍ୟ ଜିତିଲେ ସଚିନ, ଭାରତର ପଦକ ସଂଖ୍ୟା ୨୧କୁ ବୃଦ୍ଧି

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ପାରାଲିମ୍ପିକ୍ସରେ କମାଲ କରୁଛନ୍ତି ଭାରତୀୟ ଖେଳାଳି। ଦିନ ଗଡ଼ିବା ସହିତ ଭାରତ ପାଇଁ ହେଉଛି ପଦକ ବର୍ଷା। ପାରାଲିମ୍ପିକ୍ସର ୭ମ ଦିନ ଆରମ୍ଭରୁ ଭାରତୀୟ ପାରା ଖେଳାଳି ହାତେଇଛନ୍ତି ରୌପ୍ୟ ପଦକ। ଆଥଲେଟ୍‌ର ପୁରୁଷ ସଟ୍‌ ପୁଟ ମୁକାବିଲାରେ ରୌପ୍ୟ ପଦକ ଜିତିଛନ୍ତି ସଚିନ ସରଜେରାବ ଖିଲାରୀ। ଏଥିସହିତ ପଦକ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ଟୋକିଓ ପାରାଲିମ୍ପିକ୍ସର ରେକର୍ଡକୁ ମଧ୍ୟ ପଛରେ ପକାଇଛନ୍ତି ଭାରତୀୟ ଖେଳାଳି।

୬ଷ୍ଠ ଦିନରେ ଜାଭଲିନ୍‌, ହାଇଜମ୍ପ ଓ ୪୦୦ ମିଟର ଦୌଡ଼ରୁ ୨ଟି ରୌପ୍ୟ ଓ ୩ ବ୍ରୋଞ୍ଜ ସହ ୫ ପଦକ ହାତେଇଥିଲେ ଭାରତୀୟ ଖେଳାଳି। ପ୍ରଥମେ ଦୀପ୍ତି ଜୀବନଜୀ ୪୦୦ ମିଟର ଦୌଡ଼ରେ ଫାଇନାଲରେ ଦେଶ ପାଇଁ ସଫଳତା ଆଣିଥିଲେ। ସେ ୫୫.୮୨ ସେକେଣ୍ଡରେ ୪୦୦ ମିଟର ଦୂରତା ଅତିକ୍ରମ କରି ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଥିଲେ। ପୁରୁଷ ହାଇ ଜମ୍ପରେ ଶରଦ କୁପର ରୌପ୍ୟ ପଦକ ହାସଲ କରିଥିଲେ। ସେ ୧.୮୮ ମିଟର ଡେଇଁ ରେକର୍ଡ ସୃଷ୍ଟି କରିଥିଲେ। ସେହିପରି ମାରିୟାପାନ୍ ଥଙ୍ଗାଭେଲୁ୧.୮୫ ମିଟର ଡେଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ସେପଟେ ଜାଭଲିନ୍‌ରେ ଦୁଇଟି ପଦକ ମିଳିଥିଲା। ଅଜିତ ସିଂହଙ୍କୁ ରୌପ୍ୟ ଓ ସୁନ୍ଦର ସିଂହ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଟୋକିଓ ପାରାଲିମ୍ପିକ୍ସ ରେକର୍ଡକୁ ପଛରେ ପକାଇଛି ଭାରତ। ଟୋକିଓ ପାରାଲିମ୍ପିକ୍ସରେ ଭାରତ ସର୍ବମୋଟ ୧୯ଟି ପଦକ ଜିତିଥିବା ବେଳେ ଚଳିତ ପାରାଲିମ୍ପିକ୍ସର ୬ଷ୍ଠ ଦିନ ଖେଳ ସୁଦ୍ଧା ଭାରତୀୟ ଖେଳାଳି ୨୦ଟି ପଦକ ଜିତି ସାରିଛନ୍ତି। ପ୍ୟାରିସ୍‌ ପାରାଲିମ୍ପକ୍ସରେ ଭାରତର ମେଡାଲ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଏଥିରେ ୩ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୧୦ ବ୍ରାଞ୍ଜ ପଦକ ରହିଛି। ଗତ ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ମୋଟ ୧୯ଟି ପଦକ ଜିତିଥିଲା।

ପ୍ୟାରିସ୍‌ ପାରାଲିମ୍ପକ୍ସରେ ଭାରତର ପଦକବୀର:
୧- ଅବନି ଲେଖରା (ସୁଟିଂ)- ସ୍ବର୍ଣ୍ଣ ପଦକ
୨-ମୋନା ଅଗ୍ରଓ୍ବାଲ(ସୁଟିଂ)- ବ୍ରୋଞ୍ଜ ପଦକ
୩-ପ୍ରୀତି ପାଲ (ଆଥଲେଟ୍)-ବ୍ରୋଞ୍ଜ ପଦକ
୪-ମନୀଷ ନରଓ୍ବାଲ(ସୁଟିଂ)- ରୌପ୍ୟ ପଦକ
୫-ଋବିନା ଫ୍ରାଂସିସ୍‌ (ସୁଟିଂ)- ବ୍ରୋଞ୍ଜ ପଦକ
୬-ପ୍ରୀତି ପାଲ (ଆଥଲେଟ୍)-ବ୍ରୋଞ୍ଜ ପଦକ
୭-ନିଷାଦ କୁମାର (ଆଥଲେଟ୍)- ରୌପ୍ୟ ପଦକ
୮-ୟୋଗେଶ ଖତୁନିଆ (ଆଥଲେଟ୍‌)-ରୌପ୍ୟ ପଦକ
୯-ନିତେଶ କୁମାର (ବ୍ୟାଡମିଣ୍ଟନ)-ସ୍ବର୍ଣ୍ଣ ପଦକ
୧୦- ମନିଷା ରାମଦାସ (ବ୍ୟାଡମିଣ୍ଟନ)- ବ୍ରୋଞ୍ଜ ପଦକ
୧୧-ଥୁଲାସିମଥୀ ମୁଋଗେସନ (ବ୍ୟାଡମିଣ୍ଟନ)- ରୌପ୍ୟ ପଦକ
୧୨- ସୁହାସ ଏଲ ଏଥିରାଜ (ବ୍ୟାଡମିଣ୍ଟନ)-ରୌପ୍ୟ ପଦକ
୧୩-ସୀତଲ ଦେବୀ-ରାକେଶ କୁମାର(ତୀରନ୍ଦାଜୀ)-ବ୍ରୋଞ୍ଜ ପଦକ
୧୪-ସୁମତି ଅନ୍ତିଲ (ଆଥଲେଟ୍)-ସ୍ବର୍ଣ୍ଣ ପଦକ
୧୫-ନତ୍ୟା ଶ୍ରୀ ସିବନ(ବ୍ୟାଡମିଣ୍ଟନ)-ବ୍ରୋଞ୍ଜ ପଦକ
୧୬-ଦିପ୍ତି ଜୀବନଜୀ(ଆଥଲେଟ୍)-ବ୍ରୋଞ୍ଜ ପଦକ
୧୭-ମରିୟନ୍ନ ଥଂଗାବେଲୁ (ଆଥଲେଟ୍)-ବ୍ରୋଞ୍ଜ ପଦକ
୧୮-ଶରଦ କୁମାର(ଆଥଲେଟ୍)-ରୌପ୍ୟ ପଦକ
୧୯- ଅଜିତ ସିଂହ (ଆଥଲେଟ) -ରୌପ୍ୟ ପଦକ
୨୦-ସୁନ୍ଦର ସିଂହ ଗୁର୍ଜର (ଆଥଲେଟ)- ବ୍ରୋଞ୍ଜ ପଦକ
୨୧-ସଚିନ ସରଜେରାବ ଖିଲାରୀ(ଆଥଲେଟ)-ରୌପ୍ୟ ପଦକ

Leave A Reply

Your email address will not be published.