Odisha Link
Bridging the Missing Links in Odisha

ଆସନ୍ତା ଅଧିବେଶନରେ ଆସିବ ପେଶା ଆଇନ, ଜାଣନ୍ତୁ କେବେଠୁ ହେବ ଲାଗୁ…

ଓଏଲ୍‌ ବ୍ୟୁରୋ: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ଆଜି ତ୍ରୟୋଦଶ ଦିବସ। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏହି ଅବସରରେ ପଂଚାୟତ ରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ପେଶା ଆଇନ। ସୁପ୍ରିମକୋର୍ଟଙ୍କ ରାୟର ୨୭ ବର୍ଷ ପରେ ରାଜ୍ୟରେ ପେଶା ଆଇନ୍ ଲାଗୁ କରିବାକୁ ଯୋଜନା କରୁଛନ୍ତି ମୋହନ ସରକାର। ଆଦିବାସୀଙ୍କ ଭାଷା, ସଂସ୍କୃତି ଏବଂ ଅଧିକାରର ସୁରକ୍ଷା ପାଇଁ ରାଜ୍ୟ ସରକାର ବଦ୍ଧ ପରିକର। ଏହି କ୍ରମରେ ଆସନ୍ତା ବିଧାନସଭା ଅଧିବେସନରେ ସରକାର ପେଶା ଆଇନ ଆଣିବେ।

ଏନେଇ ଆଜି ମୁଲତବୀ ଆଲୋଚନାରେ ଉତ୍ତର ରଖି ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ଯେ, ଗତ ଅଗଷ୍ଟ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟରେ ପେଶା ଆଇନ ଅଣାଯିବ ବୋଲି କହିଥିଲେ। ଏନେଇ କେନ୍ଦ୍ର ସରକାରଙ୍କର ମଧ୍ୟ ଆଗ୍ରହ ରହିଛି। ମାତ୍ର ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ ଅଟେ। ତେଣୁ ଏନେଇ ଅଧିକ ଆଲୋଚନାର ଆବଶ୍ୟକତା ରହିଛି। ସେଥିପାଇଁ ମୁଁ ଗ୍ରହର ସମସ୍ତ ଅନୁସୂଚିତ ଜନଜାତି ବର୍ଗର ବିଧାୟକ ଏବଂ ଅନ୍ୟ ବିଧାୟକଙ୍କୁ ଡାକି ଆଲୋଚନା କରିବି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଇତି ମଧ୍ୟରେ ଚିଠା ପେଶା ନିୟମକୁ ଓଡ଼ିଆ ଏବଂ ସାନ୍ତାଳୀ ଭାଷାରେ ଅନୁବାଦ କରାଯାଇ ଏହାକୁ ପେଶା ଅଞ୍ଚଳର ସମସ୍ତ ଜିଲ୍ଲାପାଳ ମାନଙ୍କୁ ପଠା ଯାଇଛି। ଏହାଦ୍ବାରା ଏହି ଆଇନର ବ୍ୟାପକ ପ୍ରଚାର ପ୍ରସାର ହୋଇପାରିବ ବୋଲି ମନ୍ତ୍ରୀ ଗୃହରେ ଆଶା ବ୍ୟକ୍ତ କରିଛନ୍ତି। ତେବେ ଏନେଇ ସହମତି ମିଳିଲେ ଲାଗୁ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.