ଉଦ୍ଘାଟିତ ହେଲା ସୁଭଦ୍ରା କଲ୍ ସେଣ୍ଟର, ଜାରି ହେଲା ନମ୍ବର
ଓଏଲ୍ ବ୍ୟୁରୋ: ସୁଭଦ୍ରା ପୋର୍ଟାଲ ଉନ୍ମୋଚନ ପରେ ଆଜି ଉଦ୍ଘାଟିତ ହୋଇଛି ସୁଭଦ୍ରା କଲ୍ ସେଣ୍ଟର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଓସିଏସି କାର୍ଯ୍ୟାଳୟକୁ ଯାଇ କଲ୍ ସେଣ୍ଟର ଶୁଭାରମ୍ଭ କରିଛନ୍ତି। କଲ୍ ସେଣ୍ଟର ଉଦଘାଟନ ଅବସରରେ ପ୍ରଭାତୀ ପରିଡ଼ା ଦେଲେ ବଡ଼ ସୂଚନା। ୧୪୬୭୮ ହେଉଛି ସୁଭଦ୍ରା ଟୋଲ ଫ୍ରୀ ନମ୍ବର ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା।
ସୁଭଦ୍ର ଯୋଜନାକୁ ନେଇ ଯେଉଁ ଚର୍ଚ୍ଚା, ଦ୍ବନ୍ଦ୍ବ ଲାଗି ରହିଛି ତାକୁ ନେଇ ପ୍ରଭାତୀ ପରିଡ଼ା କହିଛନ୍ତି, ୧୭ ତାରିଖରେ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ଦିଆଯିବ। ତାପରେ ବି ଯିଏ ଆବେଦନ କରିବେ ତାଙ୍କୁ ବି ପ୍ରଥମ କିସ୍ତି ମିଳିବ। ୧୭ ତାରିଖ ପରେ ବି ପଞ୍ଜିକରଣ କଲେ ହିତାଧିକାରୀ ଟଙ୍କା ପାଇ ପାରିବେ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
ସେ ଆହୁରି କହିଛନ୍ତି, ସୁଭଦ୍ରା ଫର୍ମ ଦାଖଲର କୌଣସି ଶେଷ ତାରିଖ ନାହିଁ। ଶେଷ ଯୋଗ୍ୟ ହିତାଧିକାରୀ ଫର୍ମ ଦାଖଲ କରିବା ଯାଏଁ ଫର୍ମ ଗ୍ରହଣ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।