୮ ଶିଳ୍ପସଂସ୍ଥା ଦେଉନାହାନ୍ତି ଜଳକର, ବାକି ଖାତାରେ ୬୫୭ କୋଟି
ଓଏଲ୍ ବ୍ୟୁରୋ: ଆଜି ଚଉଦ ଦିନରେ ପହଂଚିଛି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ଗୃହରେ ଶିଳ୍ପସଂସ୍ଥା ଜଳକର ବାକି ନେଇ ଭାସ୍କର ମଢ଼େଇ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ହୀରାକୁଦରୁ ପାଣି ନେଇ ୮ ଶିଳ୍ପ ସଂସ୍ଥା କର ଦେଇନାହାନ୍ତି। ୮ ଶିଳ୍ପ ସଂସ୍ଥା ଉପରେ ବାକି ପଡ଼ିଛି ୬୫୭ କୋଟି ୩୪ ଲକ୍ଷ। ସର୍ବାଧିକ ଭୂଷଣ ଉପରେ ୨୦୮ କୋଟି ୩୪ ଲକ୍ଷ ବାକି ରହିଛି। ଟିଆରଏଲ ଉପରେ ୧୭୨ କୋଟି ୫୦ ଲକ୍ଷ ଟଙ୍କା ବାକି ରହିଛି। ଶ୍ୟାମ ମେଟାଲିକ୍ସ ପାୱାର ଉପରେ ୧୧୬ କୋଟି ୫୮ ଲକ୍ଷ ଟଙ୍କା ବାକି ରହିଥିବା ମୁଖ୍ୟମନ୍ତ୍ରୀ ଗୃହରେ କହିଛନ୍ତି।