Odisha Link
Bridging the Missing Links in Odisha

୫ ବର୍ଷରେ ୫୫ ହଜାର ସଡ଼କ ଦୁର୍ଘଟଣା, ସୁନ୍ଦରଗଡ଼ରେ ମୃତ୍ୟୁ ସଂଖ୍ୟା ସର୍ବାଧିକ

ଓଏଲ୍‌ ବ୍ୟୁରୋ: ଆଜି ଚଉଦ ଦିନରେ ପହଂଚିଛି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ଗୃହରେ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ପରିବହନ ମନ୍ତ୍ରୀ ଉତ୍ତର ରଖିଛନ୍ତି । ସେ କହିଛନ୍ତି, ରାଜ୍ୟରେ ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା। ଏବର୍ଷ ସଡ଼କ ଦୁର୍ଘଟଣାରେ ୫୬୯୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୪୧୯ ଆହତ ହୋଇଛନ୍ତି। ସୁନ୍ଦରଗଡ଼ରେ ଦୁର୍ଘଟଣାରେ ସର୍ବାଧିକ ୪୪୮ ଜଣଙ୍କ ମୃତ୍ୟୁ ହୋଇଛି। ୫ ବର୍ଷରେ ୫୫ ହଜାର ୫୮୦ ଦୁର୍ଘଟଣା ହୋଇଛି। ୨୬ ହଜାର ୩୧୫ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ପରିବହନ ମନ୍ତ୍ରୀ ଉତ୍ତର ରଖିଛନ୍ତି।

Leave A Reply

Your email address will not be published.