Odisha Link
Bridging the Missing Links in Odisha

ଅଭୟା ପାଇଁ ଅଦ୍ଭୁତପୂର୍ବ ପ୍ରତିବାଦ, ନ୍ୟାୟ ଦାବିରେ ଅହୋରାତ୍ର ଆନ୍ଦୋଳନ

ଓଏଲ୍‌ ବ୍ୟୁରୋ: ପୀଡିତା ଅଭୟାଙ୍କ ପାଇଁ ଅଭୁତପୂର୍ବ ଆନ୍ଦୋଳନ। ଅଭୟା ପାଇଁ ସାରା ରାତି ଉଜାଗର ରହି କୋଲକାତାବାସୀ ବିକ୍ଷୋଭ କରିଛନ୍ତି। ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ବୁଧବାର ରାତି ସମ୍ପୂର୍ଣ୍ଣ କୋଲକାତା ସହର ଅନ୍ଧାର କରାଯାଇଥିଲା। କୋଲକାତା ଶ୍ୟାମ ବଜାର ସମେତ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ହୋଇଥିଲା। ଲାଇଟ୍ ଅଫ୍ ସହ କ୍ୟାଣ୍ଡେଲ ଜାଳି ପ୍ରତିବାଦ କରିଥିଲେ ଶତାଧିକ ଲୋକ। ବିକ୍ଷୋଭକୁ ସମର୍ଥନ ଜଣାଇ ରାଜଭବନରେ କ୍ୟାଣ୍ଡେଲ ଜାଳିଥିଲେ ରାଜ୍ୟପାଳ। ଗତକାଲି ରାତି ୯ଟାରୁ ୧୦ ପର୍ଯ୍ୟନ୍ତ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ହଜାର ହଜାର ସଂଖ୍ୟାରେ ମହିଳା ରାଜରାସ୍ତାକୁ ଓହ୍ଲାଇ କ୍ୟାଣ୍ଡେଲ ରାଲି କରିଥିଲେ। ସେହିପରି ଅଭୟାଙ୍କ ନ୍ୟାୟ ଦାବିରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ ଅଭୟାଙ୍କ ପରିବାର ସଦସ୍ୟ।

ସୂଚନାଥାଉକି, ୩୧ ବର୍ଷୀୟା ପୀଡ଼ିତା କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଭାବେ କାମ କରୁଥିଲେ। ଉକ୍ତ ମେଡିକାଲର କ୍ୟାମ୍ପସ୍‌ରେ ଥିବା ସେମିନାର ହଲ୍‌ରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୁଲିସ୍‌ ସିଭିକ ସ୍ୱେଚ୍ଛାସେବୀ ଭାବେ କାମ କରୁଥିବା ସଞ୍ଜୟଙ୍କୁ ଗିରଫ କରିଛି।

Leave A Reply

Your email address will not be published.