ଗୃହରେ ମନ୍ତ୍ରୀଙ୍କ ଘୋଷଣା: ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାକୁ କ୍ୟାବିନେଟ୍ ମୋହର
ଓଏଲ୍ ବ୍ୟୁରୋ: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ଆଜି ଚଉଦ ଦିନରେ ପହଂଚିଛି। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ମନ୍ତ୍ରୀ କହିଛନ୍ତି, ଓଡ଼ିଶାର ବରପୁତ୍ର ମାନେ ହେଉଛନ୍ତି ଓଡ଼ିଆ ଅସ୍ମିତାର ପ୍ରତୀକ। ସେମାନଙ୍କୁ ଉଚିତ୍ ସମ୍ମାନ ଦେବା ହେଉଛି ସରକାରଙ୍କ କର୍ତ୍ତବ୍ୟ। ତେଣୁ ମହାନ୍ ସ୍ଵାଧୀନତା ସଂଗ୍ରାମୀ ଘେଁସ୍ ଜମିଦାର୍ ସହିଦ ମାଧୋ ସିଂ ଙ୍କ ସ୍ମୃତିରେ ସରକାର୍ ଆରମ୍ଭ କରିଛନ୍ତି ମାଧୋ ସିଂ ହାତଖର୍ଚ୍ଚ ଯୋଜନା।
ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରପଆଉଟ୍ ହାର କମାଇବରେ ସହାୟକ ହେବ ମାଧୋ ସିଂ ହାତଖର୍ଚ୍ଚ ଯୋଜନା। ଏହି ଯୋଜନା ମାଧ୍ୟମରେ ଅଷ୍ଟମ ବା ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ନବମ ବା ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା। ସରକାରଙ୍କ ଏହି ଯୋଜନାରେ କ୍ୟାବିନେଟ ମୋହର ମାରିଥିବା ଗୃହରେ ମନ୍ତ୍ରୀ ସୂଚନା ଦେଇଛନ୍ତି।