ଆଖିବୁଜିଲେ ଯୁବ କଣ୍ଠଶିଳ୍ପୀ ଲିଟିଲ୍ କର
ଓଏଲ୍ ବ୍ୟୁରୋ: ପରଲୋକରେ ଯୁବ କଣ୍ଠଶିଳ୍ପୀ ଲିଟିଲ୍ କର। ୨୬ ବର୍ଷ ବୟସରେ ଆଖି ବୁଜିଲେ ଯୁବ କଣ୍ଠଶିଳ୍ପୀ ଲିଟିଲ୍ କର। ୧୦୦ରୁ ଊର୍ଦ୍ଧ୍ବ ଗୀତରେ କଣ୍ଠଦାନ କରି ଲୋକପ୍ରିୟ ହୋଇଥିଲେ ଲିଟିଲ୍। ସଂଗୀତ ଜଗତରେ ଜିତି ଯାଇଥିଲେ ମଧ୍ୟ ଥାଲେସେମିଆ ଆଗରେ ହାରିଗଲେ। କିଛି ଦିନ ହେବ ସେ ଥାଲେସେମିଆ ରୋଗରେ ପୀଡ଼ିତ ଥିଲେ। ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କର କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛି।