ପ୍ୟାରିସ୍ ପାରାଲିମ୍ପକ୍ସରେ ଇତିହାସ ରଚିଲା ଭାରତ, ଭାଙ୍ଗିଲା ରେକର୍ଡ
ଓଏଲ୍ ବ୍ୟୁରୋ: ପ୍ୟାରିସ୍ ପାରାଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ଭାରତୀୟ ଖେଳାଳି। ଆଜି ପୁରୁଷ ହାଇଜମ୍ପରେ ଭାରତୀୟ ଆଥଲେଟ୍ ପ୍ରବୀଣ କୁମାର ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତକୁ ୬ଷ୍ଠ ସ୍ବର୍ଣ୍ଣ ପଦକ ମିଳିଛି। ପ୍ରଥମଥର ପାଇଁ ଭାରତ ପାରାଲିମ୍ପିକ୍ସ ଗେମ୍ସରେ ୬ଟି ସ୍ବର୍ଣ୍ଣ ପଦକ ଜିତିଛି। ଏହାପୂର୍ବରୁ ଟୋକିଓ ପାରାଲିମ୍ପିକ୍ସରେ ୫ଟି ସ୍ବର୍ଣ୍ଣ ପଦକ ଜିତିଥିଲା ଭାରତ।
୨୧ ବର୍ଷିୟ ପ୍ରବୀଣ କୁମାର ୨.୦୮ ମିଟର ଡିଆଁ ମାରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପ୍ରବୀଣ କୁମାର ନୋଏଡାର ବାସିନ୍ଦା। ପ୍ରବୀଣ କୁମାରଙ୍କ ସ୍ବର୍ଣ୍ଣ ପଦକ ସହିତ ପ୍ୟାରିସ୍ ପରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨୬ରେ ପହଁଞ୍ଚିଛି। ଭାରତ ଏପର୍ଯ୍ୟନ୍ତ ୬ଟି ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ୮ଟି ରୌପ୍ୟ ଓ ୧୨ଟି ବ୍ରୋଞ୍ଚ ଜିତିଛି। ୨୬ଟି ପଦକ ସହିତ ପଦକ ତାଲିକାର ୧୪ତମ ସ୍ଥାନରେ ରହିଛି ଭାରତ। କେବଳ ଆଥଲେଟ୍ ଖେଳାଳି ମାନେ ଭାରତକୁ ୧୪ଟି ପଦକ ଦେଇଛନ୍ତି।
ପ୍ୟାରିସ୍ ପାରାଲିମ୍ପକ୍ସରେ ଭାରତର ପଦକବୀର:
୧- ଅବନି ଲେଖରା (ସୁଟିଂ)- ସ୍ବର୍ଣ୍ଣ ପଦକ
୨-ମୋନା ଅଗ୍ରଓ୍ବାଲ(ସୁଟିଂ)- ବ୍ରୋଞ୍ଜ ପଦକ
୩-ପ୍ରୀତି ପାଲ (ଆଥଲେଟ୍)-ବ୍ରୋଞ୍ଜ ପଦକ
୪-ମନୀଷ ନରଓ୍ବାଲ(ସୁଟିଂ)- ରୌପ୍ୟ ପଦକ
୫-ଋବିନା ଫ୍ରାଂସିସ୍ (ସୁଟିଂ)- ବ୍ରୋଞ୍ଜ ପଦକ
୬-ପ୍ରୀତି ପାଲ (ଆଥଲେଟ୍)-ବ୍ରୋଞ୍ଜ ପଦକ
୭-ନିଷାଦ କୁମାର (ଆଥଲେଟ୍)- ରୌପ୍ୟ ପଦକ
୮-ୟୋଗେଶ ଖତୁନିଆ (ଆଥଲେଟ୍)-ରୌପ୍ୟ ପଦକ
୯-ନିତେଶ କୁମାର (ବ୍ୟାଡମିଣ୍ଟନ)-ସ୍ବର୍ଣ୍ଣ ପଦକ
୧୦- ମନିଷା ରାମଦାସ (ବ୍ୟାଡମିଣ୍ଟନ)- ବ୍ରୋଞ୍ଜ ପଦକ
୧୧-ଥୁଲାସିମଥୀ ମୁଋଗେସନ (ବ୍ୟାଡମିଣ୍ଟନ)- ରୌପ୍ୟ ପଦକ
୧୨- ସୁହାସ ଏଲ ଏଥିରାଜ (ବ୍ୟାଡମିଣ୍ଟନ)-ରୌପ୍ୟ ପଦକ
୧୩-ସୀତଲ ଦେବୀ-ରାକେଶ କୁମାର(ତୀରନ୍ଦାଜୀ)-ବ୍ରୋଞ୍ଜ ପଦକ
୧୪-ସୁମତି ଅନ୍ତିଲ (ଆଥଲେଟ୍)-ସ୍ବର୍ଣ୍ଣ ପଦକ
୧୫-ନତ୍ୟା ଶ୍ରୀ ସିବନ(ବ୍ୟାଡମିଣ୍ଟନ)-ବ୍ରୋଞ୍ଜ ପଦକ
୧୬-ଦିପ୍ତି ଜୀବନଜୀ(ଆଥଲେଟ୍)-ବ୍ରୋଞ୍ଜ ପଦକ
୧୭-ମରିୟନ୍ନ ଥଂଗାବେଲୁ (ଆଥଲେଟ୍)-ବ୍ରୋଞ୍ଜ ପଦକ
୧୮-ଶରଦ କୁମାର(ଆଥଲେଟ୍)-ରୌପ୍ୟ ପଦକ
୧୯- ଅଜିତ ସିଂହ (ଆଥଲେଟ) -ରୌପ୍ୟ ପଦକ
୨୦-ସୁନ୍ଦର ସିଂହ ଗୁର୍ଜର (ଆଥଲେଟ)- ବ୍ରୋଞ୍ଜ ପଦକ
୨୧- ସଚିନ ସରଜେରାବ ଖିଲାରି (ଆଥଲେଟ) – ରୌପ୍ୟ ପଦକ
୨୨- ହରବିନ୍ଦର ସିଂହ (ତୀରନ୍ଦାଜୀ)- ସ୍ବର୍ଣ୍ଣ ପଦକ
୨୩- ଧର୍ମବୀର (ଆଥଲେଟ)- ସ୍ବର୍ଣ୍ଣ ପଦକ
୨୪-ପ୍ରଣବ ସୁରମା (ଆଥଲେଟ)-ରୌପ୍ୟ ପଦକ
୨୫-କପିଳ ପରମାର (ଜୁଡୋ) – ବ୍ରୋଞ୍ଜ ପଦକ
୨୬- ପ୍ରବୀଣ କୁମାର (ଆଥଲେଟ) -ସ୍ବର୍ଶ୍ଶ ପଦକ।