ନିଯୁକ୍ତିକୁ ଗୁରୁତ୍ୱ: ଭଦ୍ରକରେ ହେବ ଟେକ୍ସଟାଇଲ୍ ପ୍ଲାଣ୍ଟ
ଓଏଲ୍ ବ୍ୟୁରୋ: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆଜି ପନ୍ଦର ଦିନରେ ପହଂଚିଛି। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ଚାଲିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଥିଲେ ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ଗୃହରେ ବିଧାୟକଙ୍କ ପ୍ରଶ୍ନରେ ଶିଳ୍ପ ମନ୍ତ୍ରୀ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଶିକ୍ଷିତ ଯନ୍ତ୍ରୀଙ୍କୁ ଆତ୍ମନିର୍ଭର କରିବା ଦରକାର। ନିଯୁକ୍ତି ବଢାଇବା ପାଇଁ ଭଦ୍ରକରେ ଟେକ୍ସଟାଇଲ ପ୍ଲାଣ୍ଟ ହେବ। ପାରାଦୀପରେ ହେବ ମେଗା ଫିଡ୍ କ୍ରାକର ପ୍ଲାଣ୍ଟ। ଏହି ପ୍ଲାଣ୍ଟର ବାଏ ପ୍ରଡକ୍ଟ ଭଦ୍ରକ ଟେକ୍ସଟାଇଲ୍ ପାର୍କରେ ବ୍ୟବହାର କରାଯିବ। ଆଇଓସିଏଲ ସହ ମିଳିତ ଭାବେ ଏହି କାମ ହେବ। ରାଜ୍ୟରେ ଅଧିକ ଏମଏସଏମଇ ପାର୍କ ହେବ। ଏମଏସଏମଇ ୟୁନିଟ୍ ବଢ଼ିଲେ ନିଯୁକ୍ତି ବଢିବ ବୋଲି ଗୃହରେ ମନ୍ତ୍ରୀ କହିଛନ୍ତି।