Odisha Link
Bridging the Missing Links in Odisha

‘ମାଟି ଆଗ ପାର୍ଟି ପଛ’

ଓଏଲ୍‌ ବ୍ୟୁରୋ: ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ସୁଜିତ କୁମାର। ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ଇସ୍ତଫା ଦେବାର କିଛି ସମୟ ମଧ୍ୟରେ ବିଜେପିରେ ମିଶିଛନ୍ତି। ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେବା ପରେ ସୁଜିତ କୁମାର କହିଛନ୍ତି, ମୋ ପାଇଁ ମାଟି ଆଗ ପାର୍ଟି ପଛ।

ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ହେବା ପରେ ସୁଜିତ କୁମାର କହିଛନ୍ତି, ବିଜେପି ପୃଥିବୀର ସବୁଠୁ ବୃହତ୍ତମ ରାଜନୈତିକ ଦଳ। ବିଜେପିରେ ସାମିଲ ହେବା ପରେ ମୁଁ ଗର୍ବ ଅନୁଭବ କରୁଛି। ଆଦରଣୀୟ ନରେନ୍ଦ୍ର ମୋଦିଙ୍କ ଦଳରେ ମୁଁ ସାମିଲ ହୋଇଛି। ତାଙ୍କର ଦେଶ ପାଇଁ ଯେଉଁ ଲକ୍ଷ ରହିଛି, ପୂର୍ବୋଦୟ ପାଇଁ, ପୂର୍ବ ଭାରତ କେମିତି ବିକାଶ ହେବ। ସେଥିରେ ଓଡ଼ିଶା ସାମିଲ ଅଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକଳାପ ମତେ ପ୍ରଭାବିତ କରିଛି। ମୁଁ ଆଜି ସେ ଦଳରେ ସାମିଲ ହୋଇଛି। ସବୁବେଳେ ମୁଁ ମାଟିକୁ ପ୍ରାଥମିକତା ଦେଇଛି। ମାଟି ଆଗ ପାର୍ଟି ପଛ ମୋ ପାଇଁ, ଆଉ କଳାହାଣ୍ଡିର ବିକାଶ ମୋ ପାଇଁ ପ୍ରାଥମିକତା। କଳାହାଣ୍ଡିର ବିକାଶ ପାଇଁ ମୁଁ ରାଜନୀତିକୁ ଆସିଛି। ହେଲେ କଳାହାଣ୍ଡିର ବିକାଶ ଏଯାବତ ଉଚିତ ମାଧ୍ୟମରେ ହୋଇପାରିଲା ନାହିଁ। କାହିଁକି ନା ଯେଉଁ ପ୍ରକାର ଲୁଟ କଳାହାଣ୍ଡିରେ ଚାଲିଥିଲା ଏବଂ ସେଥିରେ ବିଜୁ ଜନତା ଦଳର ସମର୍ଥନ ମଧ୍ୟ ଥିଲା। ସେଥିପାଇଁ ମୁଁ ବିଜେଡି ଛାଡିବାକୁ ବାଧ୍ୟ ହେଲି।

ବିଜେପିରେ ଯୋଗ ଦେବା ପରେ ସେ ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅରୁଣ ସିଂ, ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ ଓଡ଼ିଶା ବିଜେପିକୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ରାଜ୍ୟସଭା ଯିବାକୁ ସୁଯୋଗ ଦେଇଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ନେତା ସୁଜିତ କୁମାର ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.