ଫାଇଫ୍-ଟି ସ୍କୁଲରେ ୩ ହଜାର କୋଟି ଖର୍ଚ୍ଚ, ଦୁର୍ନୀତିକାରୀଙ୍କୁ ମିଳିବ କଡ଼ା ଦଣ୍ଡ
ଓଏଲ୍ ବ୍ୟୁରୋ: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆଜି ପନ୍ଦର ଦିନରେ ପହଂଚିଛି। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ଚାଲିଥିଲା। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଥିଲେ ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ଗୃହରେ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ଫାଇଫ୍-ଟି ହାଇସ୍କୁଲ ରୂପାନ୍ତରୀକରଣରେ ୩ ହଜାର ୮୭ କୋଟି ୩୫ ଲକ୍ଷ ଖର୍ଚ୍ଚ ହୋଇଛି। ରାଜ୍ୟରେ ୬୫୬୪ଟି ହାଇସ୍କୁଲ ରୂପାନ୍ତରୀକରଣ ପାଇଁ ଖର୍ଚ୍ଚ ହୋଇଛି। ଦୁର୍ନୀତି ନଜରକୁ ଆସିଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି।