୨୫ ଲକ୍ଷରେ ମିନି ଷ୍ଟାଡିୟମ୍ ସମ୍ପୂର୍ଣ୍ଣ କରିବା ନିର୍ବୋଧତା: ମନ୍ତ୍ରୀ
ଓଏଲ୍ ବ୍ୟୁରୋ: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆଜି ପନ୍ଦର ଦିନରେ ପହଂଚିଛି। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ଚାଲିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ଗୃହରେ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ କ୍ରୀଡ଼ାମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ରାଜ୍ୟର ମୋଟ୍ ୩୧୪ରୁ ୨୭୪ ବ୍ଲକରେ ଷ୍ଟାଡିୟମ୍ ଶେଷ ହୋଇଛି। ୩୦ଟି ଷ୍ଟାଡିୟମ୍ କାମ ଚାଲିଛି, ୧୦ଟିର ଆଦୌ କାମ ଆରମ୍ଭ ହୋଇନି। ବ୍ଲକସ୍ତରୀୟ ଓପନ୍ ଜିମ୍ ୯୨ରୁ ୬୨ଟି ହୋଇଛି, ୧୫ଟି କାମ ଚାଲିଛି। ମିନି ଷ୍ଟାଡ଼ିୟମ୍ ପାଇଁ ସାମଗ୍ରୀକ ଯୋଜନା ଦରକାର। ୨୫ ଲକ୍ଷରେ ମିନି ଷ୍ଟାଡିୟମ୍ ସମ୍ପୂର୍ଣ୍ଣ କରିବା ଚିନ୍ତା ନିର୍ବୋଧତା ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।