Odisha Link
Bridging the Missing Links in Odisha

ବିଜେପିରେ ସୁଜିତ କୁମାର

ଓଏଲ୍‌ ବ୍ୟୁରୋ: ବିଜେପିରେ ଯୋଗ ଦେଲେ ସୁଜିତ କୁମାର। ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ଇସ୍ତଫା ଦେବାର କିଛି ସମୟ ମଧ୍ୟରେ ବିଜେପିରେ ମିଶିଛନ୍ତି। ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସାଂସଦ ଭର୍ତ୍ତୃହରି ମହତାବ ଓ ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାରଙ୍କ ଉପସ୍ତିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି।

ସୂଚନା ଅନୁସାରେ, ମମତା ମହନ୍ତଙ୍କ ପରେ ଓଡ଼ିଶାର ଦ୍ବିତୀୟ ରାଜ୍ୟସଭା ସାଂସଦ ଭାବେ ଇସ୍ତଫା ଦେଲେ ସୁଜିତ। ରାଜ୍ୟସଭା ଚେୟାରମ୍ୟାନଙ୍କୁ ପଠାଇଛନ୍ତି ଇସ୍ତଫା ପତ୍ର। ଦଳ ବିରୋଧୀ କାର୍ଯ୍ୟକ୍ରମ ଯୋଗୁଁ ସୁଜିତ କୁମାରଙ୍କୁ ବିଜୁ ଜନତା ଦଳରୁ ବହିଷ୍କୃତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଅନ୍ୟପଟେ, ଆଜି ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ହେଲେ ଦଳ ଛାଡ଼ିବା କଥା କିଛି ଉଲ୍ଲେଖ କରି ନଥିଲେ। ରାଜ୍ୟସଭା ପଦରୁ ଇସ୍ତଫା ଦେବାର କିଛି ମିନିଟ ପରେ ପରେ ତାଙ୍କୁ ଦଳରୁ ବିଦା କରିଛନ୍ତି ନବୀନ। ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ କାର୍ଯ୍ୟକାଳ ୨୦୨୬ ମସିହା ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଥିଲା। ହେଲେ ଏହା ପୂର୍ବରୁ ରାଜ୍ୟସଭା ପଦ ଛାଡ଼ିବା ନେଇ ଚର୍ଚ୍ଚା ଲାଗି ରହିଥିଲା।

Leave A Reply

Your email address will not be published.