Odisha Link
Bridging the Missing Links in Odisha

ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ପ୍ରସଙ୍ଗ: ସୌମ୍ୟରଞ୍ଜନଙ୍କ ବିସ୍ଫୋରକ ବୟାନ

ଓଏଲ୍‌ ବ୍ୟୁରୋ: ରେଭେନ୍ସା ରାଜନୀତିରେ ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏଣ୍ଟ୍ରି। ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନେଇ କହିଲେ ବଡ଼ କଥା। ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ଚର୍ଚ୍ଚାକୁ ବିରୋଧ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରେଭେନ୍ସାର ନାମ ପରିବର୍ତ୍ତନ ମଙ୍ଗଳମୟ ନୁହେଁ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।

ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ଚର୍ଚ୍ଚା ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ସେ ଗଣମାଧ୍ୟମରେ କହିଛନ୍ତି, ରେଭେନ୍ସାର ନାମ ପରିବର୍ତ୍ତନ ମଙ୍ଗଳମୟ ନୁହେଁ। ନାବ ବଡ଼ ନୁହେଁ କାମ ବଡ଼। ତେବେ ନାମକୁ ନେଇ ଏତେ ରାଗ କାହିଁକି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେ ଆହୁରି କହିଛନ୍ତି, ରେଭେନ୍ସା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି। ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଆଣନ୍ତୁ ଯେ ନାମ ପରିବର୍ତ୍ତନ ହେବନାହିଁ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ।

ଅନ୍ୟପଟେ ପୁରାତନ ଛାତ୍ରଙ୍କୁ ନେଇ ଗଠିତ ରେଭେନ୍ସା ହେରିଟେଜ ଫୋରମ ଗଠନ କରାଯାଇଛି। ଆଉ ହେରିଟେଜ ଫୋରମ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ସାରା ଓଡ଼ିଶାରେ ଜନମତ ସଂଗ୍ରହ ହେବ କହିଲେ ସଦସ୍ୟ ସତ୍ୟକାମ ମିଶ୍ର। ଏପରିକି ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖାଯିବ ବୋଲି କୁହାଯାଇଛି।

ସୂଚନାଥାଉକି, ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ଯୋଗ ଦେବା ପାଇଁ କଟକ ଗସ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କହିଥିଲେ। ସେ ଆହୁରି କହିଥିଲେ ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କ ଭୂମିକା କ’ଣ ଥିଲା? ନଅଙ୍କ ଦୁର୍ଭିକ୍ଷ ବେଳେ ସେହି ରେଭେନ୍ସା ବ୍ୟକ୍ତି ଜଣଙ୍କ କରୁଥିଲେ କଣ? ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାହା କ’ଣ ଗୌରବର ବିଷୟ କି ବୋଲି ପଚାରିଥିଲେ ଧର୍ମେନ୍ଦ୍ର। ସେବେଠୁ ରେଭେନ୍ସ ତାତି ବଢ଼ିବାରେ ଲାଗିଛି।

Leave A Reply

Your email address will not be published.