Odisha Link
Bridging the Missing Links in Odisha

ଜମ୍ମୁ କଶ୍ମୀର ବିଧାନସଭା: ନିର୍ବାଚନ ପ୍ରଚାର ପାଇଁ ଇଞ୍ଜିନିୟର ରାଶିଦଙ୍କୁ ମିଳିଲା ୨୨ ଦିନିଆ ଜାମିନ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ତାରିଖ। ଏଥିପାଇଁ ସଜବାଜ ସମସ୍ତ ରାଜନୈତିକ ଦଳ। ଏସବୁ ମଧ୍ୟରେ ଆତଙ୍କବାଦକୁ ପ୍ରଶୟ ଦେଉଥିବା ବା ଆତଙ୍କବାଦୀଙ୍କୁ ଟଙ୍କା ଯୋଗାଉଥିବା ମାମଲାରେ ଗିରଫ ହୋଇଥିବା ସାଂସଦ ଇଞ୍ଜିନିୟର ରାଶିଦଙ୍କୁ ଜାମିନ ମିଳିଛି। ଦିଲ୍ଲୀର ଏକ କୋର୍ଟ ଆଜି ରାଶିଦଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ପଟିଆଲା କୋର୍ଟ ରାଶିଦଙ୍କୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି। ଆଗାମୀ ଜମ୍ମୁ କଶ୍ମୀର ନିର୍ବାଚନରେ ପ୍ରଚାର କରିବା ପାଇଁ ରାଶିଦଙ୍କୁ ଜାମିନ ପ୍ରଦାନ କରାଯାଇଛି। ୩ ମାସ ପାଇଁ ଅନ୍ତରୀଣ ଜାମିନ ମାଗିଥିଲେ ରାଶିଦ। ହେଲେ ପଟିଆଲା କୋର୍ଟ ତାଙ୍କୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି।

ଇଞ୍ଜିନିୟର ରାଶିଦଙ୍କ ନାମରେ ପରିଚିତ ଶେଖ ଅବଦୁଲ ରାଶିଦ ଜେଲରେ ରହି ଲୋକସଭା ନିର୍ବାଚନ ଜିତିଥିଲେ। ସେ ଲୋକସଭା ନିର୍ବାଚନରେ ବାରମୁଲା ଆସନରୁ ନିର୍ବାଚନ ଲଢ଼ି ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ନେଶନାଲ କନଫ୍ରେନ୍ସର ନେତା ଅମର ଅବଦୁଲ୍ଲାଙ୍କୁ ହରାଇ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ରାଶିଦଙ୍କ ନେତୃତ୍ବରେ ଗଢ଼ି ଉଠିଥିବା ଅବାମି ଇତେହାଦ ପାର୍ଟି ଆଗାମୀ ଜମ୍ମୁ କଶ୍ମୀର ନିର୍ବାଚନରେ ଲଢ଼େଇ କରିବାକୁ ଯାଉଛି।

Leave A Reply

Your email address will not be published.