Odisha Link
Bridging the Missing Links in Odisha

୪୮୨ଟି ପ୍ରକଳ୍ପ, କାଟିଦେଲେ ୨୬ ଲକ୍ଷ ଗଛ

ଓଏଲ୍‌ ବ୍ୟୁରୋ: ତିନି ଦିନର ବିରତି ପରେ ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଜାରି ରହିଛି। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ଏକ ଉଦବେଗଜନକ ଖବର ସାମ୍ନାକୁ ଆସିଛି। ୪୮୨ଟି ପ୍ରକଳ୍ପ ନିର୍ମାଣ ପାଇଁ ଗତ ୨୩ ବର୍ଷ ମଧ୍ୟରେ ୨୬.୭୫ ଲକ୍ଷରୁ ଅଧିକ ଗଛ କଟାଯାଇଛି।

ରାଜ୍ୟରେ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ୧୩,୦୯,୪୩୯ ଗଛ କଟାଯାଇଥିବା ବେଳେ ଖଣି କାର୍ଯ୍ୟକଳାପ ପାଇଁ ୯,୬୪,୦୬୩ ଗଛ କଟାଯାଇଥିଲା। ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ପ୍ରାୟ ୬ ଲକ୍ଷ ଗଛ କଟାଯାଇଥିଲା, ବିଭିନ୍ନ ଜଳସେଚନ ପ୍ରକଳ୍ପ ଯୋଗୁଁ ୪,୮୯,୪୨୩ ଗଛ କଟାଯାଇଥିଲା। ତିନିରୁ ଅଧିକ ଶିଳ୍ପ ପ୍ରତିଷ୍ଠା ପାଇଁ ଲକ୍ଷ ଲକ୍ଷ ଗଛ କଟାଯାଇଛି ବୋଲି ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.