Odisha Link
Bridging the Missing Links in Odisha

୫-ଟି ସ୍କୁଲରେ ବିଜୁଳି କାଟ ପ୍ରସଙ୍ଗ: ଗୃହରେ ଉତ୍ତର ରଖିଲେ ଶକ୍ତିମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବଦଳିଛି ସରକାର। ରାଜ୍ୟରେ ଶାସନଭାର ସମ୍ଭାଳୁଛି ବିଜେପି ସରକାର। ନୂଆ ସରକାର ଆସିବା ପରେ ପୂର୍ବ ସରକାର କରିଥିବା ବିଭିନ୍ନ ଯୋଜନା ଯେମିତି କଣ୍ଟା ପାଲଟି ଯାଇଛି। ଏସବୁ ଭିତରେ ସବୁଠୁ ବଡ ଚିନ୍ତାର ପ୍ରଶ୍ନ ସୃଷ୍ଟି କରିଛି ୫-ଟି ସ୍କୁଲରେ ବିଜୁଳି କାଟ ପ୍ରସଙ୍ଗ। ଏନେଇ ଆଜି ବିଧାନସଭା ଅଧିବେଶନରେ ସୁଜାତା ସାହୁ ଓ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କ ପ୍ରଶ୍ନରେ ଶକ୍ତିମନ୍ତ୍ରୀ ଉତ୍ତର ରଖିଛନ୍ତି। ପଞ୍ଚାୟତକୁ ବକେୟା ବିଲ୍ ପୈଠ କରିବାକୁ ୧୦୫ କୋଟି ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ବିଧାନସଭା ଅଧିବେଶନ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ଜାରି ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ୫-ଟି ବିଜୁଳି କାଟ ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, ୫-ଟି ସ୍କୁଲ ବିଜୁଳି ବିଲ୍ ପେମେଣ୍ଟ ହୋଇନି। ଏଥିପାଇଁ ପରିଣାମ ଭୋଗୁଛି ସ୍କୁଲ। ୫-ଟି ନାଁରେ ମନଇଚ୍ଛା ସ୍କୁଲ ହୋଇଥିବାରୁ ପିଲାଏ ପରିଣାମ ଭୋଗୁଛନ୍ତି। ପଞ୍ଚାୟତକୁ ବକେୟା ବିଲ୍ ପୈଠ କରିବାକୁ ୧୦୫ କୋଟି ଦିଆଯାଇଛି। ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.