Odisha Link
Bridging the Missing Links in Odisha

ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ! ଗୃହରେ ମନ୍ତ୍ରୀ ଦେଲେ ଚାଞ୍ଚଲ୍ୟକର ତଥ୍ୟ

ଓଏଲ୍‌ ବ୍ୟୁରୋ: ବିଧାନସଭା ଅଧିବେଶନ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ଜାରି ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ସୁନାପ୍ରେମୀଙ୍କୁ ଝଟକା ଦେଲା ଭଳି ଏକ ଖବର ସାମ୍ନାକୁ ଆସିଛି। ଗୃହରେ ରଣେନ୍ଦ୍ର ସ୍ବାଇଁଙ୍କ ପ୍ରଶ୍ନରେ ଖାଉଟି କଲ୍ୟାଣ ମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି, ଗ୍ରାହକଙ୍କୁ ସୁନା ମାନ, ମାପ ଓଜନରେ ଠକୁଛନ୍ତି ସୁନା ଦୋକାନୀ। ୫ ମାସରେ ୧୧୬ ସୁନା ବ୍ୟବସାୟୀଙ୍କ ନାଁରେ ମାମଲା ହୋଇଛି। ଗ୍ରାହକଙ୍କୁ ଠକିଥିବା ଅଭିଯୋଗରେ ବିଭାଗ ମାମଲା କରିଛି।

ଖାଉଟି କଲ୍ୟାଣ ବିଭାଗ ବିଗତ ୫ ମାସରେ ୩୧୨୫ ରେଡ୍ କରିଛି। ରେଡ୍ ବେଳେ ୧୧୬ ସୁନା ବ୍ୟବସାୟୀ ଧରାପଡ଼ିଛନ୍ତି। ସେମାନଙ୍କ ପାଖରୁ ୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର ଫାଇନ୍ ଆଦାୟ କରାଯାଇଛି। ଗଞ୍ଜାମ, ଖୋର୍ଦ୍ଧା, କଟକ ଜିଲ୍ଲାରେ ଗ୍ରାହକ ସର୍ବାଧିକ ଠକେଇର ଶିକାର ହୋଇଛନ୍ତି। ଗତବର୍ଷ ୪୯୫ ସୁନା ବ୍ୟବସାୟୀ ଧରାପଡ଼ିଥିଲେ। ୧୫ ଲକ୍ଷ ୩୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ମନ୍ତ୍ରୀ ଉତ୍ତର ରଖିଛନ୍ତି।

Leave A Reply

Your email address will not be published.