ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଟପ୍-୧୦ରେ ୩ ଭାରତୀୟ, ବିଶେଷ ଫାଇଦାରେ ଶ୍ରୀଲଙ୍କା ଖେଳାଳି
ଓଏଲ୍ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପକ୍ଷରୁ ଆଜି ଜାରି ହେଇଛି ଟେଷ୍ଟ ର୍ୟାଙ୍କିଙ୍ଗ ତାଲିକା। ଆଇସିିସି ବ୍ୟାଟର ତାଲିକାରେ ଭାରତୀୟ ଖେଳାଳିଙ୍କ ମିଳିଛି ଫାଇଦା। ବିଶେଷ ଭାବେ ଶ୍ରୀଲଙ୍କା ଖେଳାଳିଙ୍କୁ ଅଧିକ ଲାଭ ମିଳିଛି। ବାଂଲାଦେଶ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ଅଧିନାୟ ରୋହିତ ଶର୍ମାଙ୍କୁ ମିଳିଛି ବଡ଼ ସଫଳତା। ସେ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ଟପ୍ ୫ରେ ପ୍ରବେଶ କରିଛନ୍ତି। ୨୦୨୧ ସେପ୍ଟେମ୍ବର ପରେ ପ୍ରଥମଥର ପାଇଁ ରୋହିତ ଶର୍ମା ରାଙ୍କିଙ୍ଗର ଟପ୍ ୫ ଖେଳାଳିଙ୍କ ମଧ୍ୟରେ ରହିବାକୁ ସକ୍ଷମ ହୋଇଛନ୍ତି।
ରୋହିତଙ୍କ ବ୍ୟତୀତ ବିରାଟ କୋହଲି ଓ ଯୁବ ଓପନର ଯଶସ୍ୱୀ ଜୈସୱାଲ ମଧ୍ୟ ଗୋଟିଏ ଲେଖାଏ ସ୍ଥାନ ଉପରକୁ ଉଠିଛନ୍ତି। ବିରାଟ ରାଙ୍କିଙ୍ଗର ୭ନଂ ଓ ଜୈସୱାଲ ୬ନଂ ସ୍ଥାନରେ ଅଛନ୍ତି। ସେହିପରି ଇଂଲଣ୍ଡର ଜୋ ରୁଟ ପୂର୍ବଭଳି ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଅଛନ୍ତି। ଦ୍ୱିତୀୟ ସ୍ଥାନରେ କେନ ୱିଲିୟମସନ, ତୃତୀୟରେ ଡାରେଲ ମିଚେଲ, ୪ର୍ଥରେ ଷ୍ଟିଭ ସ୍ମିଥ, ୫ମରେ ରୋହିତ ଶର୍ମା, ୬ଷ୍ଠରେ ଜୈସୱାଲ, ୭ମରେ ବିରାଟ କୋହଲି, ୮ମରେ ଉସମାନ ଖାଜ୍ୱା, ୯ମରେ ମହମ୍ମଦ ରିଜୱାନ ଓ ୧୦ମ ସ୍ଥାନରେ ମାର୍ନସ ଲାବୁଶେନ ରହିଛନ୍ତି। ବାବର ଆଜମ ପୂର୍ବଭଳି ଟପ ୧୦ରୁ ବାଦ ପଡ଼ିଛନ୍ତି।
ବିଶେଷ ଭାବେ ଶ୍ରୀଲଙ୍କାର ଅଧିନାୟକ ଧନଞ୍ଜୟ ଡି ସିଲଭା, ମଧ୍ୟକ୍ରମ ବ୍ୟାଟର କାମିନ୍ଦୁ ମେଣ୍ଡିସ ଓ ଓପନର ପଥୁମ ନିଶାଙ୍କା ଇଂଲଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ। ଧନଞ୍ଜୟ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ସହ ରାଙ୍କିଙ୍ଗର ୧୩ତମ ସ୍ଥାନରେ ପହଞ୍ଚିଛନ୍ତି। ମେଣ୍ଡିସ ୬ଟି ସ୍ଥାନ ଉପରକୁ ଉଠି ୧୯ତମ ଓ ୧୨୭ର ଅପରାଜି ଇନିଂସ ଖେଳିଥିବା ନିଶାଙ୍କା ୪୨ଟି ସ୍ଥାନ ଉପରକୁ ଉଠି ୩୯ ନମ୍ବରରେ ପହଞ୍ଚିଛନ୍ତି।