Odisha Link
Bridging the Missing Links in Odisha

ରେଭେନ୍ସା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବୟାନ, କହିଲେ-ବିତର୍କର ନାହିଁ ଆବଶ୍ୟକତା

ଓଏଲ୍‌ ବ୍ୟୁରୋ: ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏପରିକି ବିଧାନସଭାରେ ଉଠିଛି ରେଭେନ୍ସା ଝଡ଼। ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ଛାତ୍ରଛାତ୍ରୀଙ୍କ ମଧ୍ୟର ଏହି ନିଆଁ ଜାଗି ଉଠିଛି। ଲଗାତାର ଭାବେ ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଲାଗିରହିଥିବା ବେଳେ ଆଜି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ଗୋଟେ ବିତର୍କର ବିଷୟ ହୋଇଯାଇଛି। ଏହା ଉପରେ ଆଉ ବେଶୀ ବିତର୍କର ଆବଶ୍ୟକତା ନାହିଁ ବୋଲି ମୁଁ ଭାବୁଛି। ତେଣୁ ଏହି ବିତର୍କକୁ ବନ୍ଦ କରିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନା ଅନୁସାରେ, ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିଲେ ବଡ଼ ବୟାନ। ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁ ବଦଳିବା ଦରକାର ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ।ସେ କହିଥିଲେ, ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି। ଯେଉଁ ରେଭେନ୍ସାଙ୍କ ନାମରେ ଏହି ବିଶ୍ବବିଦ୍ୟାଳୟର ନାମ କରଣ ହୋଇଥିଲା ତାଙ୍କର ଭୂମିକା କ’ଣ ରହିଛି। ନଅଙ୍କ ଦୁର୍ଭିକ୍ଷ ବେଳେ ସେହି ରେଭେନ୍ସା ବ୍ୟକ୍ତି ଜଣକ କ’ଣ କରୁଥିଲେ ବୋଲି ଧର୍ମେନ୍ଦ୍ର କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ, ବିଶ୍ବବିଦ୍ୟାଳୟର ନାଁ ବଦଳିବା ମୋର ବ୍ୟକ୍ତିଗତ ମତ। ଏହି ପ୍ରସଙ୍ଗରେ ବିତର୍କ ଆବଶ୍ୟକ। ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାହା କ’ଣ ଗୌରବର ବିଷୟ କି ? ଓଡ଼ିଶାର ବୁଦ୍ଧିଜୀବୀମାନେ ଏହା ଉପରେ ଚିନ୍ତା କରିବା ଉଚିତ ବୋଲି କହିଥିଲେ ଧର୍ମେନ୍ଦ୍ର ପ୍ରଧାନ। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଲାଗି ରହିଛି।

Leave A Reply

Your email address will not be published.