Odisha Link
Bridging the Missing Links in Odisha

୬ ମାସ ହେଲା ମିଳୁନି ଦରମା, ରାଜରାସ୍ତାରେ ହଜାର ହଜାର ମହିଳାଙ୍କ ବିକ୍ଷୋଭ

ଓଏଲ୍‌ ବ୍ୟୁରୋ: ବଦଳିଛି ସରକାର, ସରୁନି ଆନ୍ଦୋଳନ। ରାଜ୍ୟରେ ଶାସନଭାର ସମ୍ଭାଳୁଛି ବିଜେପି ସରକାର। ନୂଆ ସରକାର ଲୋକ ମାନଙ୍କ ନୂଆ ଆଶା ହୋଇଥିବାବେଳେ ବିଭିନ୍ନ ଅଭିଯୋଗ ପୁଣି ମୁଣ୍ଡ ଟେକିଲାଣି। କିଛି ଦିନର ବିରତି ପରେ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ। ୬ ମାସ ହେଲା ଦରମା ପାଇନଥିବା ଅଭିଯୋଗରେ ରାଜରାସ୍ତାରେ ହଜାର ହଜାର ମହିଳାଙ୍କ ବିକ୍ଷୋଭ। ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓଲ୍ହାଇଛନ୍ତି ଗୋଷ୍ଠୀ ସହାୟିକା ସଂଘ।

ଗୋଷ୍ଠୀ ସହାୟିକା ସଂଘର ମହିଳାଙ୍କୁ ଟିଏ ଡିଏ ମିଳୁନଥିବା ଅଭିଯୋଗ ହୋଇଛି। ଦରମା ବୃଦ୍ଧି ଓ ବ୍ୟାଙ୍କ ଖାତାକୁ ଦରମା ପ୍ରଦାନ ଦାବି କରିଛନ୍ତି। ସ୍ଥାୟୀ ନିଯୁକ୍ତି ଓ ଆଇଡେଣ୍ଟି କାର୍ଡ ଦେବାକୁ ଦାବି କରିଛନ୍ତି। ସର୍ବନିମ୍ନ ମଜୁରି ଠାରୁ କମ୍ ଟଙ୍କା ମିଳୁଥିବା ଅଭିଯୋଗ କରିଛନ୍ତି। ମାସକୁ ୩୦ ଦିନ କାମ କରି ଛୁଟି ନଥିବା ଅଭିଯୋଗ ହୋଇଥିବାବେଳେ ମିଶନ ଶକ୍ତି ଜରିଆରେ କାମ କରି ଦରମା ମିଳୁନଥିବା ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.