ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା, କହିଲେ-ଆଈ ମା’ ଗପଛାଡ଼ି କାମ କର
ଓଏଲ୍ ବ୍ୟୁରୋ: ଆଜି ବିଜୁ ଯୁବ ଜନତା ଦଳ ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ବୈଠକରେ ଯୋଗ ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଇଥିଲେ। ଏହି ଅବସରରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ। ସେ କହିଛନ୍ତି, କିଛି ଲୋକ ନିଜ ଚିନ୍ତାଧାରା ଅନ୍ୟ ଉପରେ ଥାପୁଛନ୍ତି, ଏହା ଗ୍ରହଣୀୟ ନୁହେଁ।
ସେ ଆହୁରି ମଧ୍ୟ କହିଛନ୍ତି, ଏମିତିକି କିଛି ଲୋକ ବରପୁତ୍ରମାନଙ୍କୁ ଅପମାନିତ କରିବାକୁ ଲାଗିଲେଣି। ଏହା କଣ ଓଡ଼ିଆ ଅସ୍ମିତା। ବଡ଼ ପାଟିରେ କହିଲେ ମିଛ ସତ ହୁଏନି; ସୁଭଦ୍ରାରୁ ଭତ୍ତା, ବିଜୁଳି ସବୁଥିରେ ମିଛ। ମିଛ କହି ନିର୍ବାଚନ ଜିତିପାର କିନ୍ତୁ ଲୋକଙ୍କ ହୃଦୟ ନୁହେଁ। ୩ ମାସ ହୋଇଗଲା ଆଈ ମା’ ଗପଛାଡ଼ି କାମ କରନ୍ତୁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।
ଦଳ ଛାଡୁଥିବା ନେତାଙ୍କୁ ଇଙ୍ଗିତ କରି ନବୀନ କହିଛନ୍ତି, ବିଜେଡି ବ୍ୟକ୍ତିଙ୍କ ଉପରେ ନିର୍ଭରଶୀଳ ନୁହେଁ। ବିକଶିତ ଓଡ଼ିଶାର ସ୍ବପ୍ନ ନେଇ ବିଜେଡି ଗଠିତ। ସୁବିଧାବାଦୀ ନେତାମାନେ ବିଜେଡି ଛାଡୁଛନ୍ତି। ବିଜେଡି ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଆମ ଆଦର୍ଶ ହେଉଛି ସେବା, ସ୍ବାଭିମାନ ଓ ସଂଗ୍ରାମ। ମୁଁ ରାଜନୀତିକୁ ଲୋକଙ୍କ ସେବାର ମାଧ୍ୟମ ଭାବେ ଦେଖେ। ଏହା ଆମକୁ ଅଧିକ ଶକ୍ତିଶାଳୀ କରିବାକୁ ଖୋରାକ ଦେଉଛି।