ରାସନକାର୍ଡ ପାଇଁ ଇ-କେୱାଇସି ବାଧ୍ୟତାମୂଳକ ପ୍ରସଙ୍ଗ: ବଡ଼ ସୂଚନା ଦେଲେ ମନ୍ତ୍ରୀ
ଓଏଲ୍ ବ୍ୟୁରୋ: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଗୃହରେ ଖାଉଟି କଲ୍ୟାଣ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଗଷ୍ଟ ୨୨ରୁ ଇ-କେୱାଇସି ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ବର୍ତ୍ତମାନ ପାଇଁ ଜାରି ରହିବ। ଏ ପର୍ଯ୍ୟନ୍ତ ୧୬ ଲକ୍ଷ ୨୭ ହଜାର ୯୨୦ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇଛି। ଆହୁରି ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବେ।
ଏହା ସହ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶା ବାହାରେ ଥିବା ରାସନକାର୍ଡ ହିତାଧିକାରୀ ଓଡ଼ିଶା ନଆସି ଇ-କେୱାଇସି କରିପାରିବେ। ଗୃହରେ ବିଧାୟିକା ସୋଫିଆ ଫିରଦୋସ୍ଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି।
ପୂର୍ବରୁ ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଇ-କେୱାଇସି ସମ୍ବେଦନଶୀଳ ପ୍ରସଙ୍ଗ, ତେଣୁ ଏହାକୁ ଅପଡେଟ୍ କରିବା ନିହାତି ଆବଶ୍ୟକ। ୧୦ ଲକ୍ଷରୁ ଅଧିକ ହିତାଧିକାରୀ ରାସନ କାର୍ଡ ପାଇଁ ଅପେକ୍ଷା କରିଛନ୍ତି। ଇ-କେୱାଇସି ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ।