Odisha Link
Bridging the Missing Links in Odisha

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମହାବିତର୍କରେ ମୁହାଁମୁହିଁ ହେଲେ ଟ୍ରମ୍ପ୍-କମଳା

ଓଏଲ୍‌ ବ୍ୟୁରୋ: ଆଉ ୨ ମାସ ପରେ ଅନୁଷ୍ଠିତ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଏଥିପାଇଁ ସରଗରମ ହୋଇ ଉଠିଛି ଆମେରିକା ରାଜନୀତି। ଆମେରିକା ରାଷ୍ଟ୍ରପତି ନିର୍ବାଚନର ପରମ୍ପରା ଅନୁଯାୟୀ ଆରମ୍ଭ ହୋଇଛି ମହାବିତର୍କ। ନିର୍ବାଚନ ପୂର୍ବରୁ ମହାବିତର୍କରେ ମୁହାଁମୁହିଁ ହୋଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ। ଫିଲାଡେଲଫିଆର ନ୍ୟାସନାଲ କନଷ୍ଟିଚ୍ୟୁସେନ ସେଣ୍ଟରରେ ଦୁଇ ପ୍ରାର୍ଥୀ କମଳା ହାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଚାଲିଛି ଘମାଘୋଟ ବାକ୍‌ ଯୁଦ୍ଧ।

ଭୋଟରଙ୍କ ମନ ଜିଣିବା ପାଇଁ ଦୁଇ ପ୍ରାର୍ଥୀ ରଖିଛନ୍ତି ପ୍ରତିକ୍ରିୟା। ମହାବିତର୍କ ବେଳେ ଟ୍ରମ୍ପ କହିଛନ୍ତି ବଡ଼ କଥା। ଟ୍ରମ୍ପ କହିଛନ୍ତି, ଯଦି ସେ ଏଥର ରାଷ୍ଟ୍ରପତି ହୁଅନ୍ତି, ତେବେ ୨୪ ଘଣ୍ଟା ଭିତରେ ଏହି ଯୁଦ୍ଧର ପରିସମାପ୍ତି ଘଟିବ। ୟୁକ୍ରେନ ଆଜି ଏକ ସ୍ୱତନ୍ତ୍ର ଦେଶ ଭାବେ ମୁଣ୍ଡ ଟେକିଥିବା ବେଳେ ଏହା ପଛରେ ଆମେରିକା ହାତ ଥିବା କହିଛନ୍ତି ଟ୍ରମ୍ପ। ମାତ୍ର ଟ୍ରମ୍ପଙ୍କ ଏହି ଟିପ୍ପଣୀ ଉପରେ ଆଟାକ୍‌ କରିଛନ୍ତି କମଳା ହାରିସ। ସେ କହିଛନ୍ତି, ଟ୍ରମ୍ପଙ୍କ ବିଦେଶ ନୀତି ସବୁଠୁ ଦୁର୍ବଳ,ଏହା ସମସ୍ତଙ୍କୁ ଜଣା।

Leave A Reply

Your email address will not be published.