Odisha Link
Bridging the Missing Links in Odisha

ବାଲୁକା କଳାରେ ସୁଭଦ୍ରା ଯୋଜନାର ସଚେତନତା

ଓଏଲ୍‌ ବ୍ୟୁରୋ: ପୁରୀ ବେଳାଭୂମିରେ ‘ସୁଭଦ୍ରା’ ସଚେତନତା ବାଲୁକକଳା। ଆଜି ପୁରୀ ବ୍ଲୁ ଫ୍ଲାଗ ବିଚ୍ ଠାରେ ସୁଭଦ୍ରା ଯୋଜନା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ବେଳେ ସୁଭଦ୍ରା ଯୋଜନା ଏକ ଲୋକାଭିମୁଖୀ ଯୋଜନା ବୋଲି ଅଭିହିତ କରିଥିଲେ। ଏହି ଯୋଜନା ମାଧ୍ୟମରେ ମହିଳା ମାନେ ସ୍ୱଭାଲମ୍ବୀ ହେବ ସହ ରାଜ୍ୟର ବିକାଶରେ କାର୍ଯ୍ୟ କରିବେ।

ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ପ୍ରଦର୍ଶିତ ହୋଇଥିଲା। ସୁଭଦ୍ରା ଯୋଜନାକୁ ନେଇ ସଚେତନତା ବାର୍ତା ବହନ କରୁଥିବା ବାଲୁକା କଳାକୁ ବୁଲି ଦେଖିଥିଲେ ଉପମୁଖ୍ୟମନ୍ତ୍ରୀ। ବେଳାଭୂମିରେ ଏହି ଅବସରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସୁଭଦ୍ରା ଯୋଜନା ଘରେ ଘରେ ପହଞ୍ଚିବା ଲକ୍ଷ ନେଇ ସରକାରଙ୍କ ପକ୍ଷରୁ କାର୍ଯ୍ୟ କରାଯାଉଅଛି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, କଥା ଦେଇ କଥା ରଖିଛନ୍ତି ଆମ ସରକାର। ପୁରୀରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ମିଶନ ଶକ୍ତିର ସଚିବ ସାଲିନୀ ପଣ୍ଡିତ, ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଶୋଭା ଶର୍ମାଙ୍କ ସମେତ ପୁରୀ ବିଧାୟକ ସୁନୀଲ ମହାନ୍ତି, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଛନ୍ତି।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳାମାନେ ଯୋଗଦାନ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.