Odisha Link
Bridging the Missing Links in Odisha

ସରିଲା ବିଧାନସଭା ଅଧିବେଶନ, ଉପସ୍ଥାପିତ ହେଲା ୮୩ଟି ରିପୋର୍ଟ

ଓଏଲ୍ ବ୍ୟୁରୋ: ସପ୍ତଦଶ ବିଧାନସଭାର ପ୍ରଥମ ତଥା ବଜେଟ ଅଧିବେଶନ ଅଧିବେଶନ ବୁଧବାର ସମାପ୍ତ ହୋଇଛି। ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟ ଦିବସ ଧାର୍ଯ୍ୟ ହୋଇଥିବା ବେଳେ        ୨ଦିନ ଆଗରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

           ସୂଚନା ଥାଉକି, ଗତ ଜୁଲାଇ ମାସ ୨୨ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା। ୨ଟି ପର୍ଯ୍ୟାୟରେ ଅଧିବେଶନ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ଅଧିବେଶନ ସରଗରମ୍ ରହିଥିଲା ।

           ଅପରପକ୍ଷେ ବିଧାନସଭା ସଚିବାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଅଧିନବେଶନରେ ମୋଟ ୧୯ଟି ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିବା ବେଳେ ୮୩ଟି କାଗଜ ତଥା ରିପୋର୍ଟ ଉପସ୍ଥାପିତ ହୋଇଛି। ସେହିପରି ୧୧ଟି ବାର୍ଷିକ ରିପୋର୍ଟ ଉପସ୍ତାପନ ହୋଇଥିବା ବେଳେ ୪୨ଟି କମିଟି ରିପୋର୍ଟ ଉପସ୍ଥାପିତ ହୋଇଛି।

           ଅଧିବେଶନରେ ୮୩ଟିରୁ ଅଧିକ ନିବେଦନ ଉପସ୍ଥାପନ ହୋଇଥିବା ବେଳେ ୫ଟି ବିବୃତି, ୨ଟି ସରକାରୀ ବିଲ୍ ଉପସ୍ଥାପିତ ହେବା ସହ ପାରିତ ମଧ୍ୟ ହୋଇଛି। ଗୃହରେ ୨୧ଟି ବିଭାଗର ଖର୍ଚ୍ଚଦାବୀ ଆଲୋଚନା ହୋଇଥିବା ବେଳେ ୬ଟି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି ବୋଲି ଜଣାପଡ଼ିଛି।

Leave A Reply

Your email address will not be published.